Below header

ବିଶ୍ୱ କବି ମହାକୁମ୍ଭର ଦ୍ୱିତୀୟ ଦିନରେ ଉତ୍ସବ ମୁଖର କିଟ୍, କବୟିତ୍ରୀ ,ଗଣିତଜ୍ଞ ଓ ଅଲମ୍ପିଆନଙ୍କୁ ସମ୍ମାନ ସୂଚକ ଡିପ୍ଲୋମା ପ୍ରଦାନ

ଭୁବନେଶ୍ବର(କେନ୍ୟୁଜ୍):  ବିଶ୍ୱ କବି ମହାକୁମ୍ଭର ଆଜି ଦ୍ୱିତୀୟ ଦିନରେ ପ୍ରଭାସିନୀ ମହାକୁଡ଼ଙ୍କୁ ସମ୍ମାନ ସୂଚକ ଡିପ୍ଲୋମା ପ୍ରଦାନ କରାଯାଇଛି। ପ୍ରଭାସିନୀ ଓଡ଼ିଶାର ଜଣେ ସ୍ୱନାମଧନ୍ୟା କବୟିତ୍ରୀ ଓ ଲେଖିକା। ପଶ୍ଚିମ ଓଡ଼ିଶାରେ ପ୍ରଭାସିନୀଙ୍କ ଜନ୍ମ। ପିଲାଟି ଦିନରୁ ହିଁ ତାଙ୍କର କବିତା ଓ ଓଡ଼ିଶୀ ନୃତ୍ୟ ପ୍ରତି ଆଗ୍ରହ ରହିଥିଲା। ପରବର୍ତ୍ତୀ ସମୟରେ ସେ କବିତା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କ କବିତାରେ ମୁଖ୍ୟତଃ ପ୍ରେମ, ପ୍ରଣୟ ଏବଂ ମଣିଷ ଜୀବନର ନିସଙ୍ଗତା ବିଶେଷ ଭାବେ ପ୍ରତିଫଳିତ ।mahakuduସେହିପରି ଡ. ରୀତା ମାଲହୋତ୍ରାଙ୍କୁ ପ୍ରଦାନ କରାଯାଇଛି ସମ୍ମାନ ସୂଚକ ଡିପ୍ଲୋମା। ଏକାଧାରାରେ ଜଣେ ଗଣିତଜ୍ଞ, କବି, ପ୍ରାବନ୍ଧିକ, କବିତା ସମାଲୋଚକ ଏବଂ ଅନୁବାଦକ। ସେ ବର୍ତ୍ତମାନ ପୋଏଟ୍ରି ଏକ୍ରସ୍‌ କଲ୍‌ଚର୍‌ସ ଇଣ୍ଡିଆର ସଭାପତି ଅଛନ୍ତି। ୱାର୍ଲଡ୍‌ ପଏଟ୍ରି କାନାଡା ତରଫରୁ ସେ ଭାରତରେ ୱାର୍ଲଡ ପଏଣ୍ଟ୍ରିର ଆମ୍ବାସଡର ଅଛନ୍ତି। ପଏଟ୍ରି ସୋସାଇଟି ଇଣ୍ଡିଆର କାର୍ଯ୍ୟକାରୀ ପରିଷଦର ସଦସ୍ୟ ଅଛନ୍ତି। ସେ ସୋକା ଇକେଡା କଲେଜର ଏକାଡ଼େମିକ୍‌ ଆଡ୍‌ଭାଇଜର ଅଛନ୍ତି। ଡ. ମାଲହୋତ୍ରା ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହେବା ସହ ଆନ୍ତର୍ଜାତିକ ସ୍ୱୀକୃତି ଲାଭ କରିଛନ୍ତି ।

rita diploma

ଦୌଡ଼ରାଣୀ ତଥା ଅଲମ୍ପିଆନ୍‌ ଦୂତୀ ଚାନ୍ଦଙ୍କୁ ମଧ୍ୟ ସମ୍ମାନ ସୂଚକ ଡିପ୍ଲୋମା ପ୍ରଦାନ କରାଯାଇଛି। ଭାରତରେ ଦ୍ରୁତତମ ମହିଳା ଧାବିକା ଭାବେ ପରିଚିତ ଦୂତୀ ଚାନ୍ଦ । ନିକଟରେ ବିଶ୍ୱ ବିଶ୍ୱବିଦ୍ୟାବିଦ୍ୟାଳୟ କ୍ରୀଡାର ଶହେ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତି ସେ ରାଜ୍ୟ ଓ ଦେଶର ଟେକ ରଖିଛନ୍ତି । ଇଟାଲିର ନାପୋଲି ବିଶ୍ୱ ବିଦ୍ୟାବିଦ୍ୟାଳୟ କ୍ରୀଡାର ଶହେ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ଆଥଲେଟ୍‌। ଶହେ ମିଟର ଦୌଡ଼ିବାକୁ ୧୧.୩୨ ସେକେଣ୍ଡ ନେଇଥିଲେ । ଦୂତୀ ବର୍ତ୍ତମାନ କିଟ୍‌ ବିଶ୍ୱ ବିଦ୍ୟାଳୟର ଆଇନ ବିଭାଗର ଛାତ୍ରୀ।

dutee diploma award

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.