ବନ୍ଧୁତ୍ବରେ କଳଙ୍କ: ସାଙ୍ଗର ସ୍ତ୍ରୀକୁ ନେଇ ଫେରାର ହୋଇଥିଲେ ଯୁବକ, ଏବେ ହାବୁଡେ ପଡି ନିର୍ଦ୍ଦୁମ୍‌ ଖାଇଲେ ଛେଚା

ସୋର (କେନ୍ୟୁଜ): ବନ୍ଧୁତ୍ବରେ କଳଙ୍କ । ବନ୍ଧୁ ପତ୍ନୀକୁ ନେବା ମାହାଙ୍ଗା ପଡିଲା । ବନ୍ଧୁଙ୍କ ସ୍ତ୍ରୀକୁ ନେଇ ଫେରାର୍ ଥିବା ବନ୍ଧୁକୁ ଧରି ହାତ ଗୋଡ ବାନ୍ଧି ରାସ୍ତାରେ ଘୋଷାରି ଘୋଷାରି ନିର୍ଧୁମ ଛେଚିଲେ। ଏହାପରେ ଅଟୋ ରିକ୍ସାରେ ବାନ୍ଧି ଥାନାକୁ ନେଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଆଞ୍ଚଳରେ ।

ଖନ୍ତାପଡା ଥାନା ବଡଗାଁ ଅଞ୍ଚଳର ସୁଧାକର ମଲିକ ସେହି ଅଞ୍ଚଳର ନିଜ ବନ୍ଧୁ ସୌମରଞନ ମଲିକଙ୍କ ସ୍ତ୍ରୀକୁ ନେଇ ଗତ ଦୁଇ ମାସ ତଳେ ଫେରାର ଥିଲା । ସୋର ବରଖୁଡିରେ ସୁଧାକର ଓ ସୌମ୍ୟରଞ୍ଜନ ସ୍ତ୍ରୀ ସହ ଘର ଭଡା ନେଇ ରହୁଥିଲା । ଗତକାଲି ଉଭୟ ବେଙ୍ଗଲୋର ଯିବାକୁ ପ୍ରସ୍ତୁତ ହେଉଥିଲେ । କୌଣସି ସୁତ୍ରରୁ ଖବର ପାଇ ସ୍ବlମୀ ସୌମ୍ୟରଞନ ସୋର ବଡଖୁରିସ୍ଥ ଏକ ଭଡା ଘରୁ ରଙ୍ଗେ ହାତ୍ ବନ୍ଧୁ ସୁଧାକରର ଓ ସ୍ତ୍ରୀକୁ ରଙ୍ଗେ ହାତ ଧରିଥିଲା । ସୁଧାକର ସୌମ୍ୟରଞ୍ଜନର ହାତକୁ ବାନ୍ଧି ରାସ୍ତାରେ ଘୋଷାରି ଅଟୋରେ ବାନ୍ଧି ନିର୍ଦ୍ଦୁମ୍‌ ଛେଚି ଖନ୍ତାପଡା ଥାନାକୁ ନେଇଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.