Below header

ଯାଜପୁର: ବ୍ରହ୍ମବରଦାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ଜିଲ୍ଲା ପ୍ରଶାସନ,୮ତାରିଖ ଯାଏ କଟକଣା ରହିବ ବଳବତ୍ତର

ଯାଜପୁର,ଯାଜପୁର ଟାଉନ (କେନ୍ୟୁଜ) : ଯାଜପୁର ଜିଲ୍ଲା ବ୍ରହ୍ମବରଦା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କଲା ଜିଲ୍ଲା ପ୍ରଶାସନ। ସଟଡାଉନ ଅବଧି ଶେଷ ହେବା ପରେ ଏଭଳି ନିଷ୍ପତ୍ତି ନେଲା ଜିଲ୍ଲା ପ୍ରଶାସନ। ଯାଜପୁର ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ ବ୍ୟକ୍ତି ବ୍ରହ୍ମବରଦାରୁ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଏଭଳି କଡା ପଦକ୍ଷେପ ଗ୍ରହଣ କରିଛି। ବ୍ରହ୍ମବରଦା ସମେତ ବନ୍ଧଡିହ, ଲଙ୍କାବାଲିସାହି, ବଡ଼ରାଏପଡା, ଖଣ୍ଡାସ, ବାଲିଗୁଡା, ମହେଶ୍ୱରପୁର, ଚାନ୍ଦପୁର, କୋଠିଡିହ, ବାଙ୍କସାହି, ସାହାପଡା, ଦେଉଳି (ଆଂଶିକ) ଅଂଚଳ ଏହି ଜୋନ ଭିତରେ ରହିବ। ଲୋକମାନଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଶାସନ ପକ୍ଷରୁ ପହଂଚା ଯିବ। ଆସନ୍ତା ୮ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ ବୋଲି ସୂଚନା ଦେଲେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ। ଏହି ସମୟରେ ନିୟମ ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.