Below header

ଖୋର୍ଦ୍ଧା : ଖାଦ୍ୟ ମାନ ଯାଞ୍ଚ ପାଇଁ ବିଭିନ୍ନ ସ୍ଥାନରେ ଚଢଉ, ବାସି ଖାଦ୍ୟ ଓ ମିଠା ନଷ୍ଟ କଲା ପ୍ରଶାସନ

ଖୋର୍ଦ୍ଧା(କେନ୍ୟୁଜ୍):  କଟକ ଭୁବନେଶ୍ବର ଓ  ସମ୍ବଲପୁରରେ ନକଲି ସାମଗ୍ରୀ ଜବତ ପରେ ସଜାଗ ହୋଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ।  ଖାଦ୍ୟର ମାନ ଯାଞ୍ଚ ପାଇଁ  ବିଭିନ୍ନ ସ୍ଥାନରେ କରିଛି ଚଢଉ । ଖୋର୍ଦ୍ଧା ସହରର ବିଭିନ୍ନ ଜଳଖିଆ ଦୋକାନ ଓ ହୋଟେଲରେ  ଚଢଉ ଚାଲିଛି।  ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଖାଦ୍ୟର ମାନ ଯାଞ୍ଚ କରିବାକୁ ପୌର ପରିଷଦ ଅଧିକାରୀ ଓ ଖାଦ୍ୟ ନିରାପତ୍ତା ଅଧିକାରୀ ଏହି ଚଢଉ କରିଛନ୍ତି।

khordha

ଚଢଉ ସମୟରେ ହୋଟେଲ ଓ ଜଳଖିଆ ଦୋକାନର ବାସି ଖାଦ୍ୟ ଓ ମିଠା ଆଜି ଜବତ କରାଯାଇ ନଷ୍ଟ କରାଯାଇଛି। କେତେକଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯାଇଛି। ଏଥିସହ ସାଧାରଣ ଲୋକ ଓ ଦୋକାନୀମାନଙ୍କୁ ସଚେତନ କରାଯାଇଛି। ଆଗାମୀ ଦିନରେ ଏଭଳି ଚଢଉ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.