Below header

ଯିବା ପୂର୍ବରୁ ଟ୍ରମ୍ପ୍‌ ଏମିତି ଶୁଝାଇଲେ ରାଗ, ବାଇଡେନ୍‌‌ଙ୍କୁ ଠିଆ କରାଇ ଦେଲେ ହ୍ଵାଇଟ୍‌ ହାଉସ୍‌ ଦ୍ୱାର ମୁହଁରେ

ଲସ୍‌ଏଞ୍ଜଲ୍‌ସ :  ଆମେରିକା ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପରାଜୟକୁ ଏଯାଏ ହଜମ କରିପାରୁ ନାହାଁନ୍ତି । ଯାହାଫଳରେ ତାଙ୍କର ବ୍ୟବହାରରେ ବାଇଡେନ୍‌ ବିରୋଧୀ ପ୍ରତିକ୍ରିୟା ନିକଟରେ ଘଟିଥିବା ଘଟଣାରୁ ସ୍ପଷ୍ଟ ବାରି ହୋଇପଡ଼ିଛି । ପ୍ରଥମେ ଟ୍ରମ୍ପ୍‌ ନୂତନ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ‘ନ୍ୟୁକ୍ଲିୟର ଫୁଟ୍‌ବଲ୍‌’ ଏବଂ କୋର୍ଡ ନଦେଇ ହ୍ଵାଇଟ୍‌ ହାଉସ୍‌ ଛାଡ଼ି ଚାଲିଯାଇଥିଲେ । ପରେ ପୁଣି ତାଙ୍କ ପାଇଁ ଆଉ ଏକ ଅସୁବିଧା ସୃଷ୍ଟି କରିଥିଲେ । ଶପଥ ପରେ ବାଇଡେନ୍‌ ଯେତେବେଳେ ହ୍ଵାଇଟ୍‌ ହାଉସ୍‌କୁ ନିଜ ପତ୍ନୀଙ୍କ ସହ ପ୍ରବେଶ କରିବାକୁ ବାହାରିଲେ ସେତେବେଳେ ତାଙ୍କ ସାମ୍ନାରେ ହ୍ଵାଇଟ୍‌ ହାଉସ୍‌ ଦ୍ୱାର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା ।

biden
photo credit: punjabkesari

ବାଇଡେନ୍‌ ନର୍ଥ ପୋର୍ଟିକୋ ସିଡ଼ି ଚଢ଼ି କରି ପ୍ରଶସଂକମାନଙ୍କୁ ହାତ ହଲେଇ ଯେତେବେଳେ ହ୍ଵାଇଟ ହାଉସ ଦ୍ୱାର ପାଖରେ ପହଞ୍ଚିଲେ । ତାଙ୍କ ସାମ୍ନାରେ ଦ୍ୱାର ବନ୍ଦ ଥିଲା । ଆଉ ଖୋଲିବାକୁ କେହି ନଥିଲେ । ଫଳରେ ବାଇଡେନ୍‌ଙ୍କୁ କିଛି ସମୟ ପାଇଁ ଅପେକ୍ଷାକରିବାକୁ ପଡ଼ିଥିଲା । ନିକଟରେ ଥିବା ପ୍ରଶଂସକ ଓ କର୍ମଚାରୀ ତାଙ୍କୁ ପ୍ରଶ୍ନବାଚୀ ଦୃଷ୍ଟିରେ ଦେଖୁଥିଲେ । ଘଟଣା କ’ଣ କେହି ବୁଝି ପାରି ନଥିଲେ । କଥା ବୁଝୁ ବୁଝୁ ଜଣାପଡ଼ିଲା ଯେ ଟ୍ରମ୍ପ ଯିବା ପୂର୍ବରୁ ହ୍ଵାଇଟ ହାଉସର ଗେଟ୍‌ କିପର(ଚିଫ୍‌ ଅଶର)କୁ ଚାକିରିରୁ ବହିସ୍କୃତ କରିଦେଇଛନ୍ତ । ଯେଉଥିପାଇଁ ବାଇଡେନ ପହଞ୍ଚିବା ସମୟରେ ମୁଖ୍ୟ ଦ୍ୱାର ଖୋଲିବାକୁ କେହି ନଥିଲେ । କାରଣ ଚିଫ୍‌ ଅଶର(ମୁଖ୍ୟ ଦ୍ୱାରପାଳ) ହିଁ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାର ସମସ୍ତ ପ୍ରବନ୍ଧ କରିଥାନ୍ତି ।

biden
photo credit : dailymail.co.uk

ଯାହାହେଉ କିଛି ସମୟ ପରେ ଗେଟ୍‌ ଖୋଲିଥିଲା ଓ ବାଇଡେନ୍‌ ହ୍ଵାଇଟ୍‌ ହାଉସ୍‌ ଭିତରକୁ ପ୍ରବେଶ କରିଥିଲେ । ହ୍ଵାଇଟ୍‌ ହାଉସ୍‌ ଚିଫ୍‌ ଅଶର ଟିମୋଥି ହାର୍ଲଥ୍‌ ଡୋନାଲ୍ଡ୍‌ ଟ୍ରମ୍ପଙ୍କ ମୁଖ୍ୟ ଦ୍ୱାରପାଳ ଥିଲେ । ସେ ପୂର୍ବରୁ ଟ୍ରମ୍ପଙ୍କ ହୋଟେଲ୍‌ ଇଣ୍ଟରନେସ୍‌ନାଲ୍‌ ର ରୁମ୍‌ ମ୍ୟାନେଜର ଥିଲେ । ୨୦୧୭ ରେ ପତ୍ନୀ ମେଲାନିଆ ଟ୍ରମ୍ପ ତାଙ୍କୁ ହ୍ଵାଇଟ୍‌ ହାଉସରେ ନିଯୁକ୍ତି ଦେଇଥିଲେ । ଶପଥ ଦିନ ୧୧.୩୦ରେ ଟିମୋଥିଙ୍କୁ କୁହାଯାଇଥିଲା ଯେ ତାଙ୍କର କାର୍ଯ୍ୟକାଳ ସମାପ୍ତ କରି ଦିଆଯାଇଛି ।ସେ ହ୍ଵାଇଟ୍‌ ହାଉସ ଛାଡି ଯାଇପାରନ୍ତି ।ଫଳରେ ଟିମୋଥି ହ୍ଵାଇଟ୍‌ ହାଉସ୍‌ ଛାଡ଼ି ଚାଲିଯାଇଥିଲେ ।

ସୂଚନାନୁସାରେ ବାଇଡେନ୍‌ଙ୍କ କାଉନ୍‌ସିଲ୍‌ ହ୍ଵାଇଟ୍‌ ହାଉସକୁ କହିଥିଲେ ଯେ ବାଇଡେନ୍‌ ନିଜର ମୁଖ୍ୟ ଦ୍ୱାରପାଳ ସାଙ୍ଗରେ ଧରି ଆସିବା ପାଇଁ । ହେଲେ ଏ ବିଷୟରେ କେହି ସେତେଟା ଦୃଷ୍ଟି ଦେଇନଥିଲେ ।

biden
photo credit: dailymail.co.uk

ଏପରି ଅଘଟଣ ସମ୍ପର୍କରେ ମେଲାନିଆ ଟ୍ରମ୍ପ୍‌ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ହ୍ଵାଇଟ୍‌ ହାଉସର ମୁଖ୍ୟ ଦ୍ୱାରପାଳ କୈାଣସି ରାଜନୈତିକ ପଦବୀ ନଥିଲା ଏବଂ ଏହା ତାଙ୍କର ବ୍ୟକିଗତ ଥିଲେ । ମୁଖ୍ୟ ଦ୍ୱାରପାଳଙ୍କର ଦରମା ଥିଲା ୨ ଲକ୍ଷ ଡଲାର ବା ପ୍ରାୟ ୧ କୋଟି ୪୮ ଲକ୍ଷ ଟଙ୍କା ଥିଲା ବୋଲି ଜଣାପଡ଼ିଛି ।  ପୂର୍ବ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍‌ଙ୍କ ସମୟରେ ହ୍ଵାଇଟ୍‌ ହାଉସ ସ୍ପେଶାଲ ସେକ୍ରେଟାରୀ ରହିଥିବା େଓ୍ଵରମେନ୍‌ ଏହାକୁ କଡ଼ା ନିନ୍ଦା କରିବା ସହ ଏହା ପ୍ରୋଟକଲ୍‌ ର ଉଲଂଘନ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.