୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଡାକ୍ତର

ଭୁବନେଶ୍ୱର(କେନ୍ୟୁଜ୍‌) : ଆଜି ଜଣେ ଡାକ୍ତର ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ । ଜଣେ ବ୍ୟକ୍ତିଙ୍କ ଠାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ନେଇ ଏହି ଲାଞ୍ଚ ନେଉଥିଲେ । ହେଲେ ଠିକଣା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଉକ୍ତ ଡାକ୍ତର ।

ସୂଚନାନୁଯାୟୀ, ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଡାକ୍ତର ଦେବୀଦତ୍ତ ପାତ୍ର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ ହୋଇଛନ୍ତି ଡାକ୍ତର ଦେବୀଦତ୍ତ ପାତ୍ର । ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ବାଙ୍ଗିରିପୋଷିର ଶଶୀଭୂଷଣ ଟୁଡୁଙ୍କଠାରୁ ଲାଞ୍ଚ ନେଉଥିଲେ ଡାକ୍ତର ଦେବୀଦତ୍ତ ।

ଗତ ୨୪ ତାରିଖରେ ସାପ କାମୁଡିବା ଯୋଗୁଁ ବାଙ୍ଗିରିପୋଷିର ରଘୁନାଥ ମାର୍ଣ୍ଡୀଙ୍କ ମୃତ୍ୟୁ ହୋଇଥିଲା । ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆର୍ଏମ୍ ମେଡିକାଲ କଲେଜକୁ ରଘୁନାଥଙ୍କୁ ଅଣଯାଇଥିଲା । ତେବେ ଶବ ବ୍ୟବଚ୍ଛେଦ ପରେ ରିପୋର୍ଟ ଦେବାକୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଡାକ୍ତର । ଏପରିକି ଟଙ୍କା ନଦେଲେ ସାପ କାମୁଡା ପରିବର୍ତ୍ତେ ବିଷ ଜନିତ ମୃତ୍ୟୁ ହୋଇଥିବା ରିପୋର୍ଟ ଦେବେ ବୋଲି କହିଥିଲେ ।

ଏନେଇ ମୃତକଙ୍କ ସମ୍ପର୍କୀୟ ଶଶୀଭୂଷଣ ମୟୁରଭଞ୍ଜର ସ୍ୱେଚ୍ଛାସେବୀ ସଂଗଠନ ଜାଗକୁ ଜଣାଇଥିଲେ । ପରେ ଭିଜିଲାନ୍ସକୁ ଖବର ଦିଆଯାଇଥିଲା । ଆଉ ଯୋଜନା ମୂତାବକ ଶଶୀଭୂଷଣଙ୍କଠାରୁ ଟଙ୍କା ନେବା ବେଳେ ଡାକ୍ତର ଦେବୀଦତ୍ତଙ୍କୁ ଧରିଥିଲା ବାରିପଦା ଓ ବାଲେଶ୍ୱର ଭିଜିଲାନ୍ସ ୟୁନିଟ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.