Below header

ଆଫଗାନିସ୍ତାନ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ, ୫୦ ମୃତ

କାବୁଲ : ଆଫଗାନିସ୍ତାନ କୁନ୍ଦୁଜ ସହରରେ ଘଟିଛି ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣରେ ୫୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। ଅପରାହ୍ଣରେ ଏକ ମସଜିଦ୍ରେ ବିସ୍ଫୋରଣ ହୋଇଛି । ଶୁକ୍ରବାର ପ୍ରାର୍ଥନା ବେଳେ ଘଟିଛି ଏହି ବିସ୍ଫୋରଣ ।

ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ ଏହି ସୂଚନା ଦେଇଛନ୍ତି । ମସଜିଦ୍ ଭିତରେ ମୃତଦେହ ଇତସ୍ତତଃ ପଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ଆକ୍ରମଣ ପାଇଁ କେହି ନିଜକୁ ଏପର୍ଯ୍ୟନ୍ତ ଦାୟୀ କରି ନାହାନ୍ତି ।

ତେବେ ଏହା ଆତ୍ମଘାତୀ ଆକ୍ରମଣ ହୋଇପାରେ ବୋଲି କୁନ୍ଦୁଜ ଅଞ୍ଚଳର ଡେପୁଟି ପୋଲିସ ମୁଖ୍ୟ ଦୋସ୍ତ ମହମ୍ମଦ ଓବାଇଦା କହିଛନ୍ତି । ଆମେରେକୀୟ ସେନା ଆଫଗାନିସ୍ତାନ ଛାଡ଼ିବା ପରେ ଏହା ହେଉଛି ସବୁଠୁ ବଡ଼ ଆକ୍ରମଣ । ଆଇଏସ ଆତଙ୍କବାଦୀଙ୍କ ଦ୍ୱାରା ତାଲିବାନଙ୍କ ଉପରେ ଏହିପରି ସିରିଜ ଆକ୍ରମଣ ବାରମ୍ବାର ହୋଇ ଆସୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.