Below header

ଟିଭି ପରଦାରେ ମହିଳାଙ୍କୁ ପିଜ୍ଜା ଖାଇବା ମନା, ଚାହା ପରଷି ପାରିବେନି ପୁରୁଷ

ଟିଭିରେ ମହିଳା ମାନଙ୍କୁ ପିଜ୍ଜା ଖାଉଥିବାର ଦେଖିବା ଓ ପୁରୁଷ ମାନଙ୍କୁ ଚାହା ପରସୁଥିବାର ଦେଖିବା ଅତି ସାଧାରଣ କଥା । ଅନେକ ଆଡ଼ଭାଇଟେଜମେଣ୍ଟରେ ଉଭୟ ମହିଳା କିମ୍ବା ପୁରୁଷଙ୍କୁ ଏମିତି କାମ କରୁଥିବାର ଅନେକ ଥର ଦେଖାଯାଇଛି । କିନ୍ତୁ ଆଶ୍ଚରାଜ୍ୟର କଥା ଇରାନରେ ଏନେଇ ଏକ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଇରାନର ଏକ ଟିଭି ଚ୍ୟାନେଲ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ମହିଳା ମାନଙ୍କୁ କୌଣସି ପ୍ରକାର ଲାଲ ରଙ୍ଗର ପେୟ, ସାଂଡବ୍ବିଚ କିମ୍ବା ପିଜ୍ଜା ଖାଉଥିବା ସମୟରେ ଟିଭିରେ ଦେଖାଯିବ ନାହିଁ । ଇସ୍ଲାମିକ ରିପବ୍ଲିକ ଅଫ ଇରାନ ବ୍ରଡ଼କାଷ୍ଟିଙ୍ଗର ନୂଆ ସେନସରସିପ ଦ୍ୱାରା ଜାରି ହୋଇଥିବା ଦିଶାନିର୍ଦ୍ଦେଶ ଅନୁଯାୟୀ ମହିଳା ମାନଙ୍କୁ କୌଣସି ପ୍ରକାର ଚମଡା ତିଆରି ପୋଷାକ ପିନ୍ଧୁଥିବାର ବି ଦେଖାଯାଇପାରିବ ନାହିଁ । ଏମିତିକି କୌଣସି ପୁରୁଷ କିମ୍ବା ମହିଳାଙ୍କ କୌଣସି ପ୍ରକାର ଛବି ଟିଭି ସ୍କ୍ରିନରେ ଦେଖାଯିବା ପୂର୍ବରୁ ପ୍ରଥମେ ଭଲ ରୂପେ ସମୀକ୍ଷା କରାଯିବ । ଅନ୍ୟ ପକ୍ଷରେ ଆଇଆରଆଇବିର ଜନସମ୍ପର୍କ ଅଧିକାରୀ ଅମୀର ହୁସେନ ସମଷାଦି କହିଛନ୍ତିକି ହାଲିଆ ଅଡିଟ କରାଯିବା ପରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।

ତେହରାନରେ ଅଧିକାରୀଙ୍କ ବିରୋଧରୁ ବର୍ତ୍ତିବା ପାଇଁ କିଛି ଇରାନୀ ଷ୍ଟ୍ରିମିଙ୍ଗ ସାଇଟ ସେଲ୍ଫ ସେନ୍ସର ପାଳନ କରୁଛନ୍ତି । ପ୍ରକୃତରେ ଏହି ଘଟଣାର ଆରମ୍ଭ ହୋଇଥିଲା ଏହିପରି । ଗତ ସେପ୍ଟେମ୍ବର ମାସରେ ଏକ ଇରାନୀ ଟକ ଶୋ’ ରେ ଅଭିନେତ୍ରୀ ଏଲନାଜ ହବିବିଙ୍କୁ ନେବା ପାଇଁ ମନା କରିଦେଇଥିଲେ । ଫଳରେ କେବଳ ମାତ୍ର ତାଙ୍କ ସ୍ୱରକୁ ହିଁ ଶୁଣା ଯାଇଥିଲା । ଏହି ଘଟଣା ପରେ ଇରାନ ବାସୀ ସେନ୍ସରସିପର କିଛିଟା ସତର୍କ ହୋଇଯାଇଥିଲେ । ଏହି ଘଟଣାକୁ ନେଇ ଅଭିନେତା, ଅଭିନେତ୍ରୀ ମହଲରୁ ଅନେକ ଅଭିଯୋଗ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ କରାଯାଇଥିଲା । ଲୋକେ ଏମିତି ବି ଲେଖିଥିଲେ, କିଛି ନହେଲେ ବି କେବଳ ଗେଷ୍ଟଙ୍କ ନାଁ ସବଟାଈଟାଲରେ ଲେଖାଯାଇପାରିଥାନ୍ତା । ବାସ ଏହି ଘଟଣା ପରେ ଇରାନ ସରକାର ଟିଭି କାର୍ଯ୍ୟକ୍ରମକୁ ନେଇ କିଛିଟା କଡା ନୀତିନିୟମ ଜାରି କରିଛନ୍ତି । ଏସବୁ ପଛରେ ବିଶେଷତଃ କଣ ସବୁ କାରଣ ରହିଛି ସେବାବଦରେ ଜଣାପଡ଼ିନାହିଁ । ଖାଲି ଇରାନ ନୁହେଁ ଏହି ଦେଶ ପରି ଅନେକ ଇସ୍ଲାମିକ ଦେଶରେ ଏହିପରି ଅଜବ ନିୟମ ମାନ ଲାଗୁ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.