Below header

ପାରଳାଖେମୁଣ୍ଡି : ନିର୍ଦ୍ଦୟ ମଣିଷ, ରାସ୍ତା କଡ଼ରେ କୁକୁରକୁ ଲୁହା ରଡ୍‌ରେ ପିଟି ପିଟି ମାରିଦେଲେ

ପରଳାଖେମୁଣ୍ଡି (କେ ନ୍ୟୁଜ୍‌) : ପଶୁ ପ୍ରତି ନିର୍ଦ୍ଦୟତା ଅପରାଧ । କେବଳ ମାନବିକତା କି ସାମାଜିକ ସ୍ତରରେ ନୁହେଁ, ଆଇନ୍ ଆଖିରେ ବି ସେହି ବ୍ୟକ୍ତି ଦୋଷୀ । ହେଲେ ଏସବୁ ଭିତରେ ଗଜପତି ଜିଲ୍ଲା ସଦର ମହକୁମା ଠାରେ ଗୋଟିଏ କୁକୁରକୁ ମାରିବା ତିନି ଜଣ ଯୁବକଙ୍କୁ ପୋଲିସ୍ ଅଟକ ରଖିଛି । ଏହାର ଭିଡିଓ ଭାଇରଲ୍ ହେବା ପରେ ଏକଥା ଜଣାପଡ଼ିଥିଲା ।
ଗତକାଲି ପାରଳାଖେମୁଣ୍ଡି ସହରରେ ଏହି ଘୃଣ୍ୟ କାଣ୍ଡ ଘଟିଥିଲା ।

ରାସ୍ତା କଡ଼ରେ ଜଣେ ଯୁବକ ଅତି ନିର୍ମମ ଭାବେ ଲୁହା ଛଡ଼ରେ କୁକୁରକୁ ପିଟି ପିଟି ହତ୍ୟା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ଏହି ଭାଇରଲ୍ ଭିଡିଓରେ । କୁକୁରଟି କରୁଣ ଚିତ୍କାର କରୁଥାଏ । ମଣିଷର ପ୍ରହାରରେ ଲହୁଲୁହାଣ ହୋଇ ସାରିଥାଏ । ତଥାପି ଦୟା ହୋଇନି ଏହି ଯୁବକମାନଙ୍କର । ସେମାନେ ପିଟି ଚାଲିଲେ ନିରୀହ ଜୀବଟିର ନିଶ୍ୱାସ ବନ୍ଦ ହେଲା ଯାଏ ।
ଏହା ପରେ ପୋଲିସ୍ ଖୋଜାଖୋଜି କରି ତିନି ଜଣ ଯୁବକଙ୍କୁ ଅଟକ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.