ସାଧା ପୋଷାକରେ ଚଢ଼ାଉ କରିବାକୁ ଯାଇ ହଟହଟା ହେଲେ ପୋଲିସ କର୍ମଚାରୀ, ୨ ଘଣ୍ଟା ଧରି ଟକ ରଖିଲେ ଗ୍ରାମବାସୀ

ଚାନ୍ଦବାଲି : ସାଧା ପୋଷାକରେ ଚଢ଼ାଉ କରିବାକୁ ଯାଇ ହଟହଟା ହେଲେ ପୋଲିସ କର୍ମଚାରୀ । ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ନାବାଳିକା ଅପହରଣ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଧରିବାକୁ ଯାଇଥିଲେ ୫ ପୋଲିସ କର୍ମଚାରୀ ।

ଏହି ସମୟରେ କିଛି ଲୋକ ପୋଲିସ କର୍ମଚାରୀଙ୍କୁ ତୁମେ କିଏ ଏବଂ କାହିଁକି ତାଙ୍କୁ ନେଉଛ ବୋଲି ପ୍ରଶ୍ନ କରିଥିଲେ । ପରେ ସେମାନଙ୍କୁ ଏକ ଘର ଭିତରେ ପଶାଇ ଅଟକ ରଖିଥିଲେ । ଦୀର୍ଘ ୨ ଘଣ୍ଟା ପରେ ବାଂଶଡା ଥାନା ପୋଲିସ ପହଞ୍ଚି ସମସ୍ତ ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କରିଥିଲା । ତେବେ ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.