Below header

ଦେଶରେ ବଢୁଛି ସୁସ୍ଥତା ହାର, କମୁଛି ମୃତ୍ୟୁହାର

ଦେଶରେ ଦିନକୁ ଦିନ ଦୌରାତ୍ମ୍ୟ ବଢ଼ାଇ ଚାଲିଛି କରୋନା । ଦେଶରେ ଦିନକରେ ଆଉ ୮୪୮ ଜୀବନ ନେଇଛି ମାରାତ୍ମକ କରୋନା ଭାଇରସ । ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୫୮ ହଜାର ୩୯୦କୁ ବୃଦ୍ଧି ପାଇଛି । ସେହିପରି ୨୪ ଘଣ୍ଟାରେ ୬୦ ହଜାର ୯୭୫ ନୂଆ ପଜିଟିଭ କେସ୍‌ ସାମ୍ନାକୁ ଆସିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧ ଲକ୍ଷ ୬୭ ହଜାର ୩୨୪ରେ ପହଞ୍ଚିଛି । ଯେବେକି ଆକ୍ଟିଭ୍‌ କେସ୍‌ ୭ ଲକ୍ଷ ୪ ହଜାର ୩୪୮ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୨୪ ଲକ୍ଷ ୪ ହଜାର ୫୮୫ ଜଣ ସୁସ୍ଥ ହୋଇ ଫେରିଥିବା ରେକର୍ଡ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଦେଶରେ ସୁସ୍ଥତା ହାର ବଢି ୭୫.୯୨ ପ୍ରତିସତରେ ପହଁଚିଥିବା ବେଳେ ମୃତ୍ୟୁ ହାର ହ୍ରାସ ପାଇ ୧.୮୪ ପ୍ରତିଶତ ଛୁଇଁଛି । ଯେବେକି ୨୨.୨୪ ପ୍ରତିଶତ ଜଣଙ୍କର ଚିକିତ୍ସା ଦେଶର ବିଭିନ୍ନ ଚିକିତ୍ସାଳୟରେ ଚାଲୁ ରହିଛି । ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଆଇସିଏମଆର ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ଦେଶରେ

ଅଗଷ୍ଟ ୨୪ ତାରିଖ ସୁଦ୍ଧା ୩୬,୮୨,୭୫୨୦ ନମୁନାର ଯାଞ୍ଚ କରାଯାଇଥିବା ବେଳେ କେବଳ ଷୋମବାର ହିଁ ୯ଲକ୍ଷ ୨୫ ହଜାର ୩୮୩ ନମୁନା ଯାଞ୍ଚ ହୋଇଛି । ଗତ ୨୪ ଘଣ୍ଟା ଭିତରେ କରୋନାରେ ପ୍ରାଣ ହରାଇଥିବାଙ୍କ ମଧ୍ୟରେ ମହାରାଷ୍ଟ୍ରରୁ ୨୧୨ଜଣ, କର୍ଣ୍ଣାଟକରୁ ୧୨୭ ଜଣ, ତାମିଲନାଡୁରୁ ୯୭, ଆନ୍ଧ୍ର ପ୍ରଦେଶରୁ ୮୬ ଜଣ, ଉତ୍ତର ପ୍ରଦେଶରୁ ୬୧ ଜଣ, ପଶ୍ଚିମ ବଙ୍ଗରୁ ୫୭ଜଣଙ୍କ ବାଦ ଅନ୍ୟାନ ରାଜ୍ୟରୁ ମଧ୍ୟ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.