Below header

କରୋନା ଗେମ ତିଆରି କଲେ ନବମ ଶ୍ରେଣୀ ଛାତ୍ର, ନାମ ରଖିଲେ କୋରୋବୋଇ

ମଣିପୁରର ନବମ ଶ୍ରେଣୀର ଛାତ୍ର ବାଲଦୀପ ନିଙ୍ଗଥାଜାମ କରୋନା ମହାମାରୀ ମଧ୍ୟରେ କରୋବୋଇ ନାମକ ଏକ ଅନଲାଇନ ଗେମ ତିଆରି କରିଛନ୍ତି । ତେବେ ଏହି ଗେମର ବିଶେଷତ୍ୱ ହେଉଛି ଏହା କରୋନା ନିର୍ଦ୍ଦେଶାବଳୀ ଉପରେ ଆଧାରିତ ଯାହା ସମସ୍ତ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ ।


ବାଲଦୀପ କହିଛନ୍ତି ଯେ ମୁଁ ଏକ ଇଥିକାଲ ହ୍ୟାକର ହେବାକୁ ଚାହୁଁଛି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିଷୟରେ ଅଧିକ ଜାଣିବାକୁ ଚାହୁଁଛି । ଏହାସହିତ ସେ କହିଥିଲେ ଯେ ମୋ ଚାଚା ମୋତେ କରୋନା ଉପରେ ଏକ ଗେମ ତିଆରି କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ମୁଁ ୟୁଟ୍ୟୁବରୁ ଦେଖିଲି ଏବଂ ତିନିରୁ ଚାରି ସପ୍ତାହ କେବଳ ଏହାକୁ ବୁଝିବାକୁ ଚେଷ୍ଟା କରିଥିଲି, ଗତ ସପ୍ତାହରେ ଏହି ଗେମ ସମାପ୍ତ ହୋଇଛି ଏବଂ ଗୋଟିଏ ଦିନ ପୂର୍ବରୁ ଏହାକୁ ଲଞ୍ଚ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.