ଆହାଃ କି ମନୋରମ ଦୃଶ୍ୟ, କାଚ ଫାଟିଯାଆନ୍ତା କି ଦି ଚାରିଟା ଖାଇଦିଅନ୍ତି

ସେପଟେ ମାଛ ଏପଟେ ସାପ ମଝିରେ କାଚ କାନ୍ଥ। ଆକ୍ବାରିୟମ ଭିତରେ ଥିବା ରଙ୍ଗୀନ ମାଛକୁ ଖାଇବା ଲୋଭରେ ଆସି ଦୀର୍ଘ ସମୟ ଝାଙ୍କିବା ପରେ ଫେରିଯାଇଛି ସାପ। ୩୨ ସେକେଣ୍ଡର ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ବୋଆ ସାପ ମାଛକୁ ଉତ୍ସାହର ସହ ଦେଖୁଥିବା ନଜର ଆସିଛି। ଭିଡିଓଟିକୁ ଏ ସ୍ନେକ ଅନ ଏ ଫିଲଡ ଟ୍ରିପ ବୋଲି କୁହାଯାଉଛି। ସିକାଗୋର ସେଡ ଆକ୍ୱାରିୟମ ତରଫରୁ ଏହି ଭିଡିଓଟିକୁ ସେୟାର କରାଯାଇଛି।

ପ୍ରତିବର୍ଷ ୨୦ ଲକ୍ଷ ଦର୍ଶକଙ୍କୁ ସ୍ୱାଗତ କରୁଥିବା ସେଡ ଆକ୍ୱାରିୟମ ଏହି ଭିଡିଓକୁ ସେୟାର କରି କ୍ୟାପସନରେ ଲେଖିଛି ସାପମାନେ ମଧ୍ୟ ଖୁବ ଉତ୍ସାହିତ ହୋଇଯାଆନ୍ତି। କେବଳ ପେଙ୍ଗୁଇନ୍ ଆକ୍ବାରିୟମ ଚାରିପଟେ ବୁଲେନି ସାପମାନେ ମଧ୍ୟ ମାଛଙ୍କୁ ଦେଖି ଖୁସି ହୁଅନ୍ତି।

ଦେଖନ୍ତୁ ଭିଡିଓ:


ଭିଡିଓ ଭାଇରାଲ ହେବା ପରେ ଏବେ ଯାଏଁ ଏହାକୁ ୨୫ ହଜାରରୁ ଅଧିକ ଥର ଦେଖାସରିଲାଣି। ଲୋକମାନେ ମଧ୍ୟ ଭିଡିଓରେ ନିଜ କମେଣ୍ଟ ଦେଉଥିବା ଦେଖାଯାଇଛି। ଦେଖନ୍ତୁ କେତେକ କମେଣ୍ଟ:

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.