Below header

କେନ୍ଦୁଝର କସିପାଳ ଜଙ୍ଗଲରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର, ଜମିବାଡ଼ି ବିବାଦରୁ ହତ୍ୟା କରାଯାଇଥିବା ଅଭିଯୋଗ

କେନ୍ଦୁଝର : ମାଟି ତଳୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା କସିପାଳ ଜଙ୍ଗଲରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ହେଲେ ପାଟବିଲା ଗାଁର ବୁଦ୍ଧଦେବ ଓ ମାଳତୀ ମହାକୁଡ଼ । ଜମିବାଡ଼ି ବିବାଦକୁ ନେଇ ଦମ୍ପତିଙ୍କୁ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ଗତ ଶୁକ୍ରବାର ପାଟବିଲା ଗାଁର ବୁଦ୍ଧଦେବ ମହାକୁଡ ଓ ତାଙ୍କ ସ୍ତ୍ରୀ ମାଳତୀ ମହାକୁଡ ହାଟକୁ ଯାଇ ଆଉ ଘରକୁ ଫେରିନଥିଲେ । ବହୁ ଖୋଜାଖୋଜି କରିବା ପରେ ନ ମିଳିବାରୁ ପୁଅ କାର୍ତ୍ତିକ ମହାକୁଡ ପୋଲିସରେ ଖବର ଦେଇଥିଲେ । ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କସିପାଳ ଜଙ୍ଗଲରେ ମାଟି ଖୋଳାଯାଇ ମୃତଦେହକୁ ଉଦ୍ଧାର କରାଯାଇଛି । ଜମିଜମା ବିବାଦକୁ ନେଇ ଦୁହିଁଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ଘଟଣାସ୍ଥଳରେ ଝୁମ୍ପୁରା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.