Below header

ପଦାକୁ ଆସିଲା ନକଲି ଡାକ୍ତରଙ୍କ ଅସଲି ଚେହେରା, ଭିମସାରରୁ ଏମବିବିଏସ ପାସ କରିନାହାନ୍ତି ପଦ୍ମନାଭ ମୁଖି କାରୁଆ

ସୁନ୍ଦରଗଡ: ପଦାକୁ ଆସିଲା ନକଲି ଡାକ୍ତରଙ୍କ ଅସଲି ଚେହେରା। ଭିମସାରରୁ ଏମବିବିଏସ ପାସ କରିନାହାନ୍ତି ପଦ୍ମନାଭ ମୁଖି କାରୁଆ। ଏନେଇ ଭିମସାର ଡିନ୍‌ ସ୍ପଷ୍ଟୀକରଣ ରଖିଛନ୍ତି। ପଦ୍ମନାଭ ଏପ୍ରିଲ ୨୦୦୨ରେ ପାସ୍‌ ନେଇ ଦେଇଥିବା ପ୍ରମାଣ ମିଥ୍ୟା ବୋଲି ଭିମସାର ପକ୍ଷରୁ କୁହାଯାଇଛି। ନିଯୁକ୍ତି ସମୟରେ ଦାଖଲ କରିଥିବା ପ୍ରମାଣ ପତ୍ରରେ ସେ ଦଶମ, ଯୁକ୍ତ ୨ ରାଉରକେଲାରେ ପାସ କରବା ପରେ ସମ୍ବଲପୁର ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲରେ ୨୦୦୨ମସିହାରେ MBBS ପାସ କରିଥିବା ଦର୍ଶାଇଥିଲେ। ୨୦୧୬ ମସିହାରେ ନୂଆଗାଁ ବ୍ଳକ ହାତିବାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ MBBS ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ ପଦ୍ମନାଭନ ମୁଖୀ କାରୁଆ । ପଦ୍ମନାଭନ୍‌ ନକଲି ଡାକ୍ତର ନେଇ ଅଭିଯୋଗ ହେବା ପରେ ତାଙ୍କୁ ୧୨ ତାରିଖରେ ଗିରଫ କରିଥିଲା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.