Below header

ଅଡୁଆ ବଢ଼ିଲା: ଯୌତୁକ ନିର୍ଯାତନା ମାମଲାରେ ଖୁବଶୀଘ୍ର ଭର୍ତ୍ତୃହରି, ପତ୍ନୀ ଓ ପୁଅଙ୍କୁ ନୋଟିସ୍‌ କରିବ ଭୋପାଳ ପୋଲିସ୍

ଭୁବନେଶ୍ବର(କେନ୍ଯୁଜ୍): ଯୌତୁକ ନିର୍ଯାତନା ମାମଲାରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଡୁଆ ବଢ଼ିଲା । ବୋହୂ ସାକ୍ଷୀ ଆଣିଥିବା ଅଭିଯୋଗ ଉପରେ ତାଙ୍କୁ ଖୁବଶୀଘ୍ର ନୋଟିସ୍‌ କରିବ ଭୋପାଳ ପୋଲିସ । ଭର୍ତ୍ତୃହରିଙ୍କ ସମେତ ତାଙ୍କ ପତ୍ନୀ ଓ ପୁଅକୁ ବି ନୋଟିସ୍‌ ଜାରି କରାଯିବ । ମାମଲାର ତଦନ୍ତ କରୁଥିବା ପୋଲିସ ଅଧିକାରୀ ଅଜିତା ନାୟାର ଏହି ସୂଚନା ଦେଇଛନ୍ତି । ଯୌତୁକ ନିର୍ଯାତନା ନେଇ ଭର୍ତ୍ତୃହରି ମହତାବ, ତାଙ୍କ ପୁଅ ଓ ପତ୍ନୀଙ୍କ ନାଁରେ ଭୋପାଳ ମହିଳା ଥାନାରେ ଏତଲା ଦେଇଛନ୍ତି ବୋହୂ ସାକ୍ଷୀ ।

ଗତ ୧୭ ତାରିଖରେ ସେ ଅଭିଯୋଗ କରିଛନ୍ତି । ଏତଲାରେ ସାକ୍ଷୀ ଦର୍ଶାଇଛନ୍ତି, ଅଧିକ ଯୌତୁକ ଦାବିରେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା । ଭୋପାଳ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ବିବାଦକୁ ନେଇ ୨୦୧୮ରେ ସାକ୍ଷୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଏଥିରେ ଭର୍ତ୍ତୃହରି ମହତାବ ଓ ତାଙ୍କ ପରିବାରକୁ ସାକ୍ଷୀଙ୍କୁ ଦିଲ୍ଲୀ ସ୍ଥିତି ଘରେ ରହିବାକୁ ନିର୍ଦ୍ଦେଶ ରହିଥିଲା । ତଥାପି ତାଙ୍କୁ ଶାଶୁ ଘର ଲୋକ ଘରେ ରହିବାକୁ ଦେଉ ନଥିବା ଅଭିଯୋଗ କରିଛନ୍ତି ସାକ୍ଷୀ । ସମସ୍ୟାର ସମାଧାନ ନହେବାରୁ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଭର୍ତ୍ତୃହରି, ତାଙ୍କ ପୁଅ ଓ ପତ୍ନୀଙ୍କ ନାଁରେ ଆଇପିସିର ଧାରା ୪୯୮-A, ୪୦୬, ୫୦୬, ୩୪, ୩ ଓ ୪ ଧାରାରେ ମାମଲା ରୁଜୁ ହୋଇଛି । ୨୦୧୬ ମସିହା ଡିସେମ୍ବରରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ପୁଅଙ୍କୁ ବିବାହ କରିଥିଲେ ସାକ୍ଷୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.