Below header

ଆଜି କୋରାପୁଟ ଗସ୍ତରେ ଯିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କୋରାପୁଟ(କେନ୍ଯୁଜ୍): ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସି ରାୟଗଡ଼ାରେ ପହଞ୍ଚିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଗତକାଲି ଟ୍ରେନ୍‌ ଯୋଗେ ରାୟଗଡ଼ାରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ରେଳ ଷ୍ଟେସନରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜି ଜିଲ୍ଲାରେ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ୍‌ କାର୍ଯ୍ୟକ୍ରମ ରହିଛି । ସେ ପ୍ରଥମେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀଙ୍କ ଦର୍ଶନ କରିବେ । ଏଥିସହ ଜିଲ୍ଲାର ବିଭିନ୍ନ ସଂଗଠନର ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସ୍ଥାନୀୟ ଲୋକଙ୍କ ସମସ୍ୟା ସହ ଅବଗତ ହେବେ କେନ୍ଦ୍ରମନ୍ତ୍ରୀ ।

ଏହାପରେ କୋରାପୁଟ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । କୋରାପୁଟରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ କେନ୍ଦ୍ର ରେଳ ମନ୍ତ୍ରୀ। ସେଠାରେ ଜିଲ୍ଲାରେ ରେଳପଥର ବିକାଶ ଓ ଭିତ୍ତିଭୂମିର ବିକାଶର ସମୀକ୍ଷା ନେଇ ଜିଲ୍ଲାବାସୀ ଆଶା ରଖିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.