Below header

BSNL ଲଞ୍ଚ୍ କଲା ଦମଦାର୍ ପ୍ଲାନ୍, ବର୍ଷ ସାରା ମିଳିବ ଇଣ୍ଟରନେଟ୍ ଓ ଅନଲିମିଟେଡ୍ କଲିଂର ସୁବିଧା

ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ ନିଜର ଗ୍ରାହକଙ୍କୁ ବଜାୟ ରଖିବା ପାଇଁ ନୂଆ ନୂଆ ପ୍ଲାନ୍ ଆଣିଥାଏ । ତେବେ ଏହି କ୍ରମରେ ବିଏସଏନଏଲ୍ ନିଜର ଗ୍ରାହକଙ୍କ ପାଇଁ ନୂଆ ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ଆଣିଛି । BSNL୧୪୯୮ ଟଙ୍କା ଦାମରେ ଏକ ନୂଆ ପ୍ରିପେଡ୍ ବାର୍ଷିକ ଡାଟା ଭାଉଚର ଲଞ୍ଚ୍ ଘୋଷଣା କରିଛି । ଡାଟା ଭାଉଚର ପ୍ରତିଦିନ ୨ ଜିବି ଡାଟା ସହିତ ଅନଲିମିଟେଡ୍ ସ୍ପିଡ୍ ଦେଉଛି ଯାହା ପରେ ସ୍ପିଡ୍ ୪୦ କେବିପିଏସ୍ ପର୍ଯ୍ୟନ୍ତ କମ୍ ହୋିଯିବ । ଏହି ପ୍ଲାନ୍ ୨୩ ଅଗଷ୍ଟରୁ ସମସ୍ତ ସର୍କଲରେ ଉପଲବ୍ଧ ହେବ । ତେବେ ଆସନ୍ତୁ ଜାଣିବା ବର୍ଷିକିଆ ପ୍ଲାନରେ ଅନ୍ୟ ଟେଲିକମ୍ କମ୍ପାନୀ ମାନେ କେଉଁ କେଉଁ ସୁବିଧା ଦେଉଛନ୍ତି ।

ଏୟାରଟେଲ୍ ୧୪୯୮ ଟଙ୍କିଆ ପ୍ରିପେଡ ପ୍ଲାନ୍

ଏୟାରଟେଲର ୧୪୯୮ ଟଙ୍କିଆ ପ୍ଲାନରେ ଅନଲିମିଟେଡ୍ କଲ୍ ଓ ୩୬୦୦ ଏସଏମଏସ୍ ମିଳୁଛି । ଏଥିରେ ଫ୍ରି ହେଲୋଟ୍ୟୁନ୍, ୱିଙ୍କ ମ୍ୟୁଜିକ୍ ଓ ଅନଲାଇନ୍ କ୍ଲାସେସ୍ ଭଳି ଅତିରିକ୍ତ ଲାଭ ମଧ୍ୟ ଦେଉଛି କମ୍ପାନୀ ।

ଭିଆଇ ୧୪୯୯ ପ୍ରିପେଡ୍ ପ୍ଲାନ୍

ଭିଆଇର ୧୪୯୯ ଟଙ୍କିଆ ବାର୍ଷିକ ପ୍ଲାନରେ ୩୬୫ ଦିନ ପାଇଁ ଅନଲିମିଟେଡ୍ କଲ୍ ସହିତ ୨୪ ଜିବି ଡାଟା ମିଳୁଛି । ଏହି ପ୍ଲାନରେ ୩୬୦୦ ଏସଏମଏସ୍ ମଧ୍ୟ ମିଳୁଛି । ଏହି ପ୍ଲାନ ନିୟମ ଓ ସର୍ତ୍ତ ସହିତ ଜୋମାଟୋରୁ ଖାଇବା ଅର୍ଡର କଲେ ୭୫ ଟଙ୍କାର ଦୈନିକ ରିହାତି ମଧ୍ୟ ମିଳୁଛି ।

ରିଲାଏନ୍ସ ଜିଓ ୨୩୯୯ ଟଙ୍କିଆ ପ୍ରିପେଡ୍ ପ୍ଲାନ୍

ଏହା ବାର୍ଷିକ ପ୍ଲାନ୍ ୭୩୦ ଜିବିର ସମୁଦାୟ ଡାଟା ସହିତ ପ୍ରତିଦିନ ୨ ଜିବି ଡାଟା ସହିତ ଆସୁଛି । ପ୍ଲାନରେ ପ୍ରତିଦିନ ୧୦୦ ଏସଏମଏସ୍ ମିଳୁଛି । ଏଥିରେ ଅନଲିମିଟେଡ୍ ଡୋମେଷ୍ଟିକ୍ କଲ୍ସର ସୁବିଧା ମଧ୍ୟ ଅଛି । ଏହି ପ୍ଲାନ ଜିଓ ଆପ୍ସକୁ କମ୍ପିଲ୍ମେଣ୍ଟ୍ରି ଡାଟା ମଧ୍ୟ ଦିଏ । ପ୍ଲାନର ବୈଧତା ୩୬୫ ଦିନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.