ନିୟମ ଭିତରେ ଚାଲୁନି କଟକର କୌଣସି ଗୋଟିଏ ବି କଲ୍ୟାଣ ମଣ୍ଡପ, ସିଏମସି ପକ୍ଷରୁ ସତ୍ୟପାଠ ଦାଖଲ

କଟକ(କେନ୍ଯୁଜ୍): ନିୟମ ଭିତରେ ଚାଲୁନି କଟକର କୌଣସି ଗୋଟିଏ ବି କଲ୍ୟାଣ ମଣ୍ଡପ । ଏନେଇ ଉଚ୍ଚ ନ୍ୟାୟାଳୟରେ ସିଏମସି ପକ୍ଷରୁ ସତ୍ୟପାଠରେ ଦର୍ଶାଯାଇଛି । ଯାଞ୍ଚ ସମୟରେ ୭୪ଟି କଲ୍ୟାଣ ମଣ୍ଡପ ମଧ୍ୟରୁ ୧୩ଟିର ତାଲା ବନ୍ଦ ଥିବା ଏଥିରେ ଉଲ୍ଲେଖ କରାଯାଇଛି । ୬୦ଟି ମଣ୍ଡପର ଯାଞ୍ଚ କରାଯାଇଥିବା ବେଳେ କୌଣସି ଗୋଟିଏ ବି ମଣ୍ଡପ କଟକ ଡେଭଲପ୍‌ମେଣ୍ଟ ଅଥରିଟି ରେଗୁଲେସନ୍‌ ପାଳନ କରୁନଥିବା ଜଣାପଡିଛି ।

ଏହି ସବୁ ମଣ୍ଡପ କାହିଁକି ବନ୍ଦ କରାନଯିବ ,ସେନେଇ ୧୫ ଦିନ ମଧ୍ୟରେ ନୋଟିସ୍‌ ଜାରି କରିବାକୁ କୁହଯାଇଛି । କୋର ସିଟି କଟକ ପାଇଁ ଯୋଜନା ଓ କୋଠା ମାନଦଣ୍ଡ ନିୟମାବଳୀ ପ୍ରସ୍ତୁତ ପାଇଁ ମୁମ୍ବାଇର କ୍ରିସିଲ ରିସ୍କ ଆଣ୍ଡ ଇନଫ୍ରାଷ୍ଟ୍ରକଚର ସଲ୍ୟୁସନ୍‌ ଲିମିଟେଡକୁ ଦାୟିତ୍ୱ ଦିଆଯାଇଛି । ଏହି ସଂସ୍ଥା ଡ୍ରାଫ୍ଟ ରେଗୁଲେସନ୍‌ ୫ମାସ ଭିତରେ ଦାଖଲ କରିବା ପରେ ଏହାକୁ ନଗର ଉନ୍ନୟନ ବିଭାଗ ନିକଟରୁ ଅନମୋଦନ ପାଇଁ ପଠାଯିବ ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି । ନଭେମ୍ବର ୩ରେ ମାମଲାର ପରବର୍ତ୍ତି ଶୁଣାଣୀ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.