Below header

ଅଧିକ ସମୟ ଧରି ଗାଧୋଉଛନ୍ତି କି? ଆପଣଙ୍କର ଶରୀରରେ ହୋଇପାରେ ଏପରି କ୍ଷତି

ସାଧାରଣତଃ ଅଧିକ ସମୟ ପର୍ୟ୍ୟନ୍ତ ଗାଧୋଇବା ଅନେକଙ୍କର ଅଭ୍ୟାସ ରହିଥାଏ । କିନ୍ତୁ ଆପଣ ଜାଣନ୍ତି କି ଅଧିକ ସମୟ ପାଣିରେ ବିତାଇବା ଦ୍ୱାରା ଆପଣଙ୍କ ବହୁତ କିଛି କ୍ଷତି ହୋଇଥାଏ । ଦୈନିକ ସ୍ନାନ କରିବା ନିହାତି ଦରକାର, ମାତ୍ର ସ୍ନାନ କରିବା ସମୟରେ ଆମେ ଏପରି କିଛି ଭୁଲ କରି ବସିଥାଉ, ଯାହାର କୁପରିଣାମ ଆମକୁ ପରବର୍ତ୍ତୀ ସମୟରେ ଭୋଗିବାକୁ ପଡ଼ିଥାଏ । ଆସନ୍ତୁ ସେ ବିଷୟରେ ଆଲୋଚନା କରିବା:-

୧- ଆରାମ ଲାଗୁଥିବାରୁ କିଛି ଲୋକ ଥଣ୍ଡା ସିଜିନରେ ଗରମ ପାଣିରେ ଗାଧୋଇବାକୁ ପସନ୍ଦ କରନ୍ତି । ଆପଣ ହୁଏତ ଏକଥା ଜାଣି ନଥିବେ ଯେ, ଗରମ ପାଣିରେ ଗାଧୋଇଲେ ଆମ ଚର୍ମରେ ଥିବା ପ୍ରାକୃତିକ ତୈଳାଂଶ ନଷ୍ଟ ହୋଇଯାଏ । ଚର୍ମ ଶୁଷ୍କ ହୋଇଯିବା ଫଳରେ କୁଣ୍ଡେଇ ହୋଇଥାଏ। ଯଦି ଆପଣ ଥଣ୍ଡା ଅଞ୍ଚଳରେ ରହୁଥାନ୍ତି, ତେବେ ନଖ ଉଷୁମ ପାଣିର ବ୍ୟବହାର କରିପାରିବେ ।

୨- କିଛି ଲୋକ ବାଥରୁମରେ ସାୱାର ସାମନାରେ ଘଣ୍ଟା ଘଣ୍ଟା ଧରି ବିତାଇଥାନ୍ତି । ଏହା କଦାପି ଏକ ଭଲ ଅଭ୍ୟାସ ନୁହେଁ । ଜଣେ ଲୋକ ଅତିବେଶୀରେ ୧୦ ମିନିଟ ସମୟ ମଧ୍ୟରେ ସ୍ନାନ ସମାପ୍ତ କରିବା ଦରକାର ।

୩- ଗାଧୋଇବା ସମୟରେ ମୁଣ୍ଡକୁ ଭଲଭାବେ ଧୋଇ ଗାଧୋଇଲେ ବ୍ରଣ ସମସ୍ୟା ଦୂର ହୋଇଥାଏ । ଗାଧୋଇବା ସମୟରେ ସାବୁନ ଫେଣ ଯଦି ପାଟି, ଆଖି ଭିତରକୁ ପଶି ଯାଇଥାଏ, ତେବେ ଭଲ ଭାବରେ ପାଣିରେ ଧୋଇନେବା ଆବଶ୍ୟକ ।

୪- ଅନେକ ଲୋକ ଦାମୀ ସାବୁନକୁ ଅଧିକ ମାତ୍ରାରେ ଦେହରେ ଘଷି ଘଷି ଲଗାଇଥାନ୍ତି । ସୁଗନ୍ଧିତ ସାବୁନର ଅତ୍ୟଧିକ ବ୍ୟବହାର ଆମ ଚର୍ମକୁ ଶୁଷ୍କ କରିଦେଇଥାଏ । ତେଣୁ ତୈଳଯୁକ୍ତ ସାବୁନ ବ୍ୟବହାର କରିବା ଉଚିତ ।

୫- ସ୍ନାନ କରିବା ସମୟରେ ପୁରୁଣା ବାଥ ବ୍ରସ ବ୍ୟବହାର କରନ୍ତୁ ନାହିଁ । କାରଣ ସେଥିରେ ଜୀବାଣୁ ରହିଥାନ୍ତି, ଯାହାଦ୍ୱାରା ଆମର ଚର୍ମ ସଂକ୍ରମଣ ହେବାର ସମ୍ଭାବନା ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.