Below header

ଓଡିଶାରେ ଦୀର୍ଘ ମିଆଦୀ ବିପର୍ଯ୍ୟୟ ସ୍ଥିତି ସ୍ଥାପକ ଭିତ୍ତିଭୂମି ନିର୍ମାଣ ପାଇଁ ଲୋକସଭାରେ ଡ. ଅଚ୍ୟୁତ ସାମନ୍ତ କଲେ ଦାବି

କେନ୍ୟୁଜ୍(ବ୍ୟୁରୋ):  ଓଡିଶାରେ ଦୀର୍ଘ ମିଆଦୀ ବିପର୍ଯ୍ୟୟ ସ୍ଥିତି ସ୍ଥାପକ ଭିତ୍ତିଭୂମି ନିର୍ମାଣ ପାଇଁ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାକୁ ଲୋକସଭାରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଦାବି କରିଛନ୍ତି । ଡ. ସାମନ୍ତ କହିଲେ, ଓଡିଶା ସର୍ବାଧିକ ବାତ୍ୟା ଓ ବିପର୍ଯ୍ୟୟ ପ୍ରଭାବିତ ରାଜ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ନେଇ ସମୟୋଚିତ ଯୋଜନା ଓ ପଦକ୍ଷେପକୁ ଜାତିସଂଘ ଓ ବିଶ୍ଵବ୍ୟାଙ୍କ ସମେତ ସମଗ୍ର ବିଶ୍ଵ ପ୍ରଶଂସା କରିଆସିଛି ।

ଓଡିଶାରେ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଅନେକ ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ଘଟୁଛି । ତେଣୁ ଦୀର୍ଘ ମିଆଦୀ ବିପର୍ଯ୍ୟୟ ସ୍ଥିତିସ୍ଥାପକ ଭିଭିଭୂମି ନିର୍ମାଣ ପାଇଁ ଓଡିଶାକୁ ସ୍ୱତନ୍ତ ପାଣ୍ଠି ଯୋଗାଇ ଦେବାକୁ ଡ.ସାମନ୍ତ ଉଭୟ କେନ୍ଦ୍ର ଅର୍ଥ ଓ ଗୃହ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.