Below header

କଟକ ସହରରୁ ଆଜି ୨୬୬ କରୋନା ପଜିଟିଭ ଚିହ୍ନଟ, ଲୋକାଲ କଣ୍ଟାକ୍ଟ କେସ ୧୩୬

କେନ୍ୟୁଜ୍(ବ୍ୟୁରୋ): କଟକ ସହରରୁ  ଆଜି ୨୬୬ କରୋନା ପଜିଟିଭ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରେ ୧୩୦ ଜଣ କ୍ବାରେଣ୍ଟାଇନରୁ ଓ ୧୩୬ ଲୋକାଲ କଣ୍ଟାକ୍ଟ କେସ ଯୋଗୁଁ ସଂକ୍ରମିତ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଜରିଆରେ  ସୂଚନା ଦେଇଛି ।

ସିଏମସି ସୂଚନା ମୁତାବକ ସରକାରୀ କ୍ବାରେଣ୍ଟାଇନରୁ ୬୩ ଜଣ କରୋନାରେ ଆକ୍ରାନ୍ତ  ହୋଇଛନ୍ତି । ଏଥିରେ ୪୭ ଜଣ ପୁରୁଷ ଓ ୧୬ ଜଣ ମହିଳା ଅଛନ୍ତି । ହୋମ କ୍ବାରେଣ୍ଟାଇନରୁ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତୁଳସୀପରୁରରୁ ୬ ଜଣ, ସିଡିଏ ସେକ୍ଟ-୬, ଝାଞ୍ଜିରୀମଙ୍ଗଳା, ନିମସାହିରୁ ୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.