୬ ସାଙ୍ଗ କାର ଉପରେ ଛପାଇଲେ ଦେଶର ନକ୍ସା, ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସବୁ ରାଜ୍ୟ ବୁଲି ଲୋକଙ୍କୁ କରିବେ ସଚେତନ

କରୋନା ମହାମାରୀ ପାଇଁ ଦେଶରେ ପର୍ଯ୍ୟଟନ ଶିଳ୍ପ ଠପ ହେଇଯାଇଛି। ଗୋଟେ ପଟେ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କାରଣରୁ ପର୍ଯ୍ୟଟକ ଆସୁ ନ ଥିବା ବେଳେ ଅନ୍ୟପଟେ ଦେଶବାସୀ ମଧ୍ୟ ବୁଲିବା ପାଇଁ ଇଚ୍ଛା କରୁନାହାନ୍ତି। ଏଭଳି ସମୟରେ ୩ ସହରର ୬ ସାଙ୍ଗ ଦେଶର ୨୮ଟି ରାଜ୍ୟ ଏବଂ ୬ କେନ୍ଦ୍ରଶାସିତ ଅଞ୍ଚଳ ପରିଭ୍ରମଣ କରିବାକୁ ପ୍ଲାନ କରିଛନ୍ତି। ଏହି ସାଙ୍ଗମାନେ ନିଜର ଏକ କାରରେ ଦେଶର ମାନଚିତ୍ର ପେଣ୍ଟ କରେଇଛନ୍ତି, ଯଦ୍ଦ୍ୱାରା ସେମାନେ ଟୁର ଅପରେଟର୍ସଙ୍କ ଜରିଆରେ ଦେଶର କରୋନା ସ୍ଥିତି ଜାଣିପାରିବେ।

ଏହି ସାଙ୍ଗମାନଙ୍କ ମଧ୍ୟରୁ ୪ଜଣ ସୁରଟର ହୋଇଥିବା ବେଳେ ଜଣେ ମୁମ୍ବାଇ ଏବଂ ଅନ୍ୟ ଜଣେ ଅହମ୍ମଦାବାଦରେ ରୁହନ୍ତି। ସେମାନଙ୍କ କହିବା ହେଲା, ସେମାନେ ୧୮ ସେପ୍ଟେମ୍ବରରୁ ସୁରଟରୁ ନିଜର ଯାତ୍ରା ଆରମ୍ଭ କରିଛନ୍ତି। ମୋଟ ୩୬ ଦିନର ଯାତ୍ରା ହେବ, ଯେଉଁଥିରେ ସେମାନଙ୍କ ଗାଡ଼ି ୧୮,୦୦୦ କିମି ଯାତ୍ରା କରିବ। ଏହି ଅବସରରେ ସେମାନେ ଭାରତର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଯାଇ ଲୋକଙ୍କୁ ଟୁରିଜମ ଉପରେ ସଚେତନ କରିବେ।

gt

ସୁରଟର ରାଜୀବ ଶାହ କହିଛନ୍ତି, ଆମେ ୬ଜଣ ସାଙ୍ଗ ମିଶି ଲୋକଙ୍କୁ ପର୍ଯ୍ୟଟନ ଶିଳ୍ପର ଲାଭ ସମ୍ପର୍କରେ ଜଣାଇବା ପାଇଁ ଏଭଳି ଯୋଜନା କରିଛୁ। କରୋନା ସବୁ ସେକ୍ଟର ଉପରେ ପ୍ରଭାବ ପକାଇଛି। କିନ୍ତୁ ଏହାର ସବୁଠୁ ଖରାପ ପ୍ରଭାବ ପର୍ଯ୍ୟଟନ କ୍ଷେତ୍ର ଉପରେ ପଡିଛି। କଡ଼ା କଟକଣା ଯୋଗୁ ଲୋକେ ବୁଲି ପାରୁନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.