Below header

ଡିଭିଲିୟର୍ସ ଓ ପଦ୍ଦିକାଲଙ୍କ ଅର୍ଦ୍ଧଶତକ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୬୪ ରନ୍‌ର ଚ୍ୟାଲେଞ୍ଜ ଦେଲା ସନରାଇଜର୍ସ ହାଇଦ୍ରାବାଦକୁ

ଦୁବାଇ : ଅଧିନାୟକ ବିରାଟ କୋହଲି ଫ୍ଲପ୍‌ ହେଲେ କିନ୍ତୁ ତାଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଜି ଆଇପିଏଲ୍‌ ୨୦୨୦ର ତୃତୀୟ ମ୍ୟାଚ୍‌ରେ ୫ ଓ୍ଵିକେଟ୍‌ ହରାଇ କରିଛି ୧୬୩ ରନ୍‌ ।
ହାଇଦ୍ରାବାଦ ସନରାଇଜର୍ସ ଠାରୁ ଟସ୍‌ରେ ହାରି ଯାଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ହେଲେ ପ୍ରତିପକ୍ଷକୁ ଚ୍ୟାଲେଞ୍ଜ ଦେଇ ଏହାର ଦୁଇ ଓପ୍ନର ୧୧ ଓଭରରେ ୯୦ ରନ୍‌ ସଂଗ୍ରହ କରିଥିଲେ । ଦେବଦତ୍ତ ପଦ୍ଦିକାଲ ୪୨ ବଲ୍‌ରୁ ୫୬ ରନ୍‌ ଏବଂ ଆରୋନ୍‌ ଫିଞ୍ଚ ୨୭ ବଲ୍‌ରେ ୨୯ ରନ୍‌ କରିଥିଲେ ।

PADDIKAL

ତେବେ ଦୁର୍ଭାଗ୍ୟକୁ ଦୁଇଜଣ ଯାକ ଓପ୍ନର ଗୋଟିଏ ପରେ ଗୋଟିଏ ବଲ୍‌ରେ ଆଉଟ୍‌ ହୋଇଗଲେ । ଏହାପରେ ନୂଆ ବ୍ୟାଟ୍‌ସମ୍ୟାନ୍‌ ଭାବେ ଆସିଲେ ଅଧିନାୟକ ବିରାଟ କୋହଲି ଏବଂ ଏବିିଭିଲିୟର୍ସ । ତେବେ ଏମାନଙ୍କୁ ବେଶ୍‌ ହଇରାଣ କରିଥିଲେ ସନରାଇଜର୍ସ ବୋଲର୍‌ । ଏହି ଯୋଡ଼ି ୩୩ ରନ୍‌ ସଂଗ୍ରହ କରିବା ପରେ ବିରାଟ ମାତ୍ର ୧୪ ରନ୍‌ କରି ନଟରାଜନ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ଡିଭିଲିୟର୍ସ ଜୋରଦାର ବ୍ୟାଟିଂ କରି ୩୦ ବଲ୍‌ରେ ୫୧ ରନ୍‌ (୪ ଚୌକା, ୨ ଛକା) କରି ଆଉଟ୍‌ ହୋଇଥିଲେ । ଡିଭିଲିୟର୍ସ ରନ୍‌ ଆଉଟ୍‌ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.