ଆମେରିକାର ଏୟାରବେସ୍‌ ଉପରେ ଚୀନ୍‌ କଲା ଆକ୍ରମଣ, ଜାରି କଲା ଭିଡିଓ

ନୂଆଦିଲ୍ଲୀ : ନିଜର ପଡୋଶୀଙ୍କ ସହ ବିସ୍ତାରବାଦୀ ନୀତି ଜାରି ରଖିଥିବା ଚୀନକୁ ସବୁ ଦେଶରୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି । ଏସବୁ ସତ୍ତ୍ୱେ ଚୀନ୍‌ ତା’ର ହରକତ୍‌ରୁ ବାଦ ଯାଉନି । ଚୀନ୍‌ର ସେନା ସବୁବେଳେ ବିଭିନ୍ନ ଭିଡିଓ ମାଧ୍ୟମରେ ଏପରି ପ୍ରଚାର ପ୍ରସାର କରି ପଡୋଶୀ ଦେଶକୁ ଡରାଇବା ଅଭ୍ୟାସ ଜାରି ରଖିଛି । ତେବେ ଏଥର ଚୀନ୍‌ ଆମେରିକା ସହ ସିଧାସଳଖ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇ ଏହାର ଏକ ଏୟାରବେସ୍‌ ଉପରେ ବୋମା ମାଡ଼ କରିଥିବାର ଭିଡିଓ ଜାରି କରିଛି ।

ଚୀନ୍‌ର ବାୟୁସେନା ୧୯ ସେପ୍ଟେମ୍ବରରେ ଆମେରିକାର ଗୁଆନ୍‌ ଏୟାରବେସ୍‌ରେ ନିଜର ଲଢ଼ୁଆ ଏଚ୍‌-୬ ବୋମା ବର୍ଷଣ ବିମାନ ସହାୟତାରେ ବୋମା ବର୍ଷଣ କରିଥିବା ନେଇ ଏକ ଭିଡିଓ ଛାଡିଛି । ଚୀନ୍‌ର ସୋସିଆଲ୍‌ ମିଡିଆରେ ଏହି ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି । ଭିଡିଓରେ ଦେଖାଯାଇଛି, ଏକ ମରୁଭୂମି ଅଞ୍ଚଳରୁ ଏହି ବୋମା ବର୍ଷି ବିମାନ ଉଡାଣ ଭରି ଆମେରିକାର ଗୁଆନ୍‌ ଏୟାରବେସ୍‌ ଉପରେ ଆକ୍ରମଣ କରୁଛି ।

ଏହି ବୋମା ବର୍ଷି ବିମାନକୁ ଅନ୍ୟ ଦୁଇଟି ବିମାନ ଏସ୍‌କର୍ଟ କରି ଯାଉଥିବା ଦେଖାଯାଉଛି । ଏକ ଥ୍ରିଲର ଫିଲ୍ମ ଭଳି ବ୍ୟାକ୍‌ ଗ୍ରାଉଣ୍ଡ୍‌ ମ୍ୟୁଜିକ୍‌ରେ ଏକ ସମୁଦ୍ର ତଟ ବାୟୁସେନା ବେସ୍‌ରୁ ବୋମା ଧାରଣ କରି ରନ୍‌େଓ୍ଵରେ ବିମାନ ଉଠୁଥିବା ଏହି ଭିଡିଓରେ ଦେଖାଯାଇଛି । ନକଲି ଆକ୍ରମଣ କରିବା ପରେ ପୁଣି ଚୀନ୍‌ର ଏୟାରବେସ୍‌କୁ ଫେରି ଆସୁଛି ।
ତେବେ ଏହି ଭିଡିଓକୁ ଆମେରିକା ମିଛ ବୋଲି କହିଛି । ଆମେରିକାର କୈାଣସି ଏୟାରବେସ୍‌ ଉପରେ କେହି ଆକ୍ରମଣ କରିନଥିବା ଆମେରିକା ପ୍ରକାଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.