ତାମାଣ୍ଡୋ ବଧୂହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲା ପୋଲିସ ପୁଅ ଯାମିନୀକାନ୍ତ

ଭୁବନେଶ୍ବର(କେନ୍ୟୁଜ୍): ତାମାଣ୍ଡୋ ପୋଲିସ ପରିବାରର ବଧୂହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ। ଗିରଫ ହେଲା ମ୍‌ତ ବନ୍ଦନାଙ୍କ ସ୍ବାମୀ ଯାମିନୀକାନ୍ତ ଜେନା। ବନ୍ଦନା ଜେନାଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ଆଧାରରେ ଯାମିନୀକୁ ଗିରଫ କରାଯାଇଛି ।

ତାମାଣ୍ଡୋ ଥାନାର  ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବିଜୟ କୁମାର ଗୋଚ୍ଛାୟତଙ୍କ ପୁଅ ଯାମିନୀ ଗୋଚ୍ଛାୟତଙ୍କର  ଗତ ଫେବୃଆରୀ ମାସ ୧୬ ତାରିଖରେ ଭୁବନେଶ୍ବରର ବନ୍ଦନା ଜେନାଙ୍କ ସହ ବିବାହ ହୋଇଥିଲା। କିନ୍ତୁ ବିବାହ ପରେ ଯାମିନୀଙ୍କ ପରିବାର ଲୋକେ ଅଧିକ ଯୌତୁକ ଦାବି କରି  ନିର୍ଯ୍ୟାତନା ଦେଇ ଆସୁଥିଲେ ବୋଲି ବନ୍ଦନାଙ୍କ ମା ଅଭିଯୋଗ ଆଣିଛନ୍ତି।

ବନ୍ଦନାଙ୍କ ମାଙ୍କ କହିବା ମୁତାବକ  ଗତ ଶୁକ୍ରବାର ରାତିରେ ବନ୍ଦନା ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ ପ୍ରବଳ  ପାଟିତୁଣ୍ଡ ହୋଇଥିଲା ପରେ ଝିଅ ବେହୋସ ହୋଇଯାଇଛି  ଓ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଉଛି ବୋଲି ଯାମିନୀ  ଫୋନ ଯୋଗେ କହିଥିଲେ। ପରେ ମେଡିକାଲ  ଯାଇ ଦେଖିବା ବେଳକୁ ବନ୍ଦନଙ୍କ ମୃ‌ତ୍ୟୁ ହୋଇଛି ବୋଲି  ଯାମିନୀଙ୍କ ପରିବାର ଲୋକେ କହିଥିଲେ।  ଏହାକୁ ନେଇ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ବନ୍ଦନାଙ୍କ ମାଆ । ଏହି ଘଟଣାରେ ତାମାଣ୍ଡୋ  ପୋଲିସ କେସ ରୁଜୁ କରି  ଯାମିନୀକୁ ଗିରଫ କରିଛି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.