Below header

ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ଅଚ୍ୟୁତ ସାମନ୍ତଙ୍କୁ ପୁଣି ଏକ ସମ୍ମାନ, ଜୀ ମିଡିଆ ପକ୍ଷରୁ କରାଗଲା ସମ୍ମାନୀତ

ନୂଆଦିଲ୍ଲୀ(କେନ୍ୟୁଜ୍): ଜି ମିଡିଆ ପକ୍ଷରୁ ବିଶିଷ୍ଟ ଶିକ୍ଷାବିତ୍‌ ଓ ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କୁ ଅନନ୍ୟ ସମ୍ମାନ ୨୦୨୨ ପ୍ରଦାନ କରାଯାଇଛି। ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଆଜି ନୂଆଦିଲ୍ଲୀଠାରେ ଜି ମିଡିଆ ପକ୍ଷରୁ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଜଳଶକ୍ତି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ, କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କ ଉପସ୍ଥିତିରେ ଡ. ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ପ୍ରାକ୍ତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର, ଭାରତୀୟ ପାରାଅଲିମ୍ପିକ୍‌ କମିଟି ସଭାପତି ଦୀପା ମଲ୍ଲିକ, ଏମ୍‌ସ ନୂଆଦିଲ୍ଲୀର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ ଓ ଅଲିମ୍ପିଆନ୍‌ କର୍ଣ୍ଣମ ମାଲେଶ୍ୱରୀ ପ୍ରମୁଖଙ୍କୁ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯାଇଛି। ନିଜ ପ୍ରତିକ୍ରିୟାରେ ଡ. ସାମନ୍ତ ଜି ମିଡିଆକୁ ଧନ୍ୟବାଦ ଜଣାଇବା ସହ ଏହି ସମ୍ମାନ ସମାଜସେବା କ୍ଷେତ୍ରରେ ଅଧିକ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.