୪ ଦିନିଆ କନ୍ଧମାଳ ଗସ୍ତରେ ସାଂସଦ ଡ. ଅଚ୍ୟୁତ ସାମନ୍ତ,ଜି. ଉଦୟଗିରି ଦାରିଙ୍ଗିବାଡ଼ି ବ୍ଲକରେ ବଭିନ୍ନ କାର୍ଯ୍ୟକ୍ରମର କଲେ ଶୁଭ ଉଦଘାଟନ

କେନ୍ୟୁଜ୍(ବ୍ୟୁରୋ): ସାଂସଦ ଡ଼ ଅଚ୍ୟୁତ ସାମନ୍ତଙ୍କ ୪ ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତର ଶେଷ ଦିନରେ ସେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ଦାସିଙ୍ଗବାଡ଼ିଠାରେ ଡ. ସାମନ୍ତଙ୍କ ଦ୍ଵାରା ଏକ ମାର୍କେଟ କମ୍ପ୍ଲେକ୍ସ ଓ ଆଞ୍ଚଳିକ ବିକାଶ ପରିଷଦର ନୂତନ କାର୍ଯ୍ୟାଳୟର ଉଦ୍ଘାଟନ କରା ଯାଇଥିଲା।

ପରେ ଡ. ସାମନ୍ତ ପ୍ଳିହେରିଠାରେ ଆଉ ଏକ ମାର୍କେଟ କମ୍ପ୍ଲେକ୍ସ ଉଦ୍ଘାଟନ କରି ସ୍ଥାନୀୟ ବ୍ୟବସାୟୀ ଓ ଅଧିବାସୀଙ୍କ ସହ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ଆଲୋଚନା କରିଥିଲେ। ସେହିପରି ଭ୍ରମରବାଡ଼ିଠାରେ ଏକ ମାର୍କେଟ କମ୍ପ୍ଲେକ୍ସ ଓ ଅଙ୍ଗନବାଡି କେନ୍ଦ୍ରର ଲୋକାର୍ପଣ କରିଥିଲେ। ମଧ୍ୟାହ୍ନରେ ଦାରିଙ୍ଗବାଡ଼ିଠାରେ ଉପ ଡାକଘର ଉଦ୍ଘାଟିତ ହୋଇଯାଇଛି।

kandhamal 1

ଡ. ସାମନ୍ତ ମଧ୍ୟ ଫିରିଙ୍ଗିଆଠାରେ ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ଏକ ବୈଠକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। କନ୍ଧମାଳର ସାମଗ୍ରିକ ବିକାଶ ଲାଗି ନବୀନ ସରକାର ପୂର୍ଣ୍ଣ ସହଯୋଗ ଜାରି ରଖିଛନ୍ତି ଓ ଆଗାମୀ ଦିନରେ ଏହି ଅଞ୍ଚଳର ଉନ୍ନତି ଲାଗି ଆହୁରି ଅନେକ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ଡ. ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି।

ଚାରିଛକ ନିକଟରେ ଡାକ ବିଭାଗର ନିଜସ୍ୱ ନୂତନ ଉପ ଡାକଘରର ଉଦଘାଟନ କରିଛନ୍ତି ସାଂସଦ ଡ. ସାମନ୍ତ। ଏଥିରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଓଡିଶା ସର୍କଲ ଚିଫ ପୋଷ୍ଟ ମାଷ୍ଟର ଜେନେରାଲ ଜଳେଶ୍ୱର କହ୍ନର, ପୋଷ୍ଟାଲ ସର୍ଭିସ ବୋର୍ଡ ମେମ୍ବର ଡ. ସନ୍ତୋଷ କୁମାର କମିଲାଙ୍କ ସମେତ ଡାକ ବିଭାଗର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଦୀର୍ଘ ଦିନ ଧରି ଦାରିଙ୍ଗିବାଡ଼ି ଉପ ଡାକଘର କାର୍ଯ୍ୟାଳୟ ଭଡା ଘରେ ଚାଲୁଥିବା ବେଳେ ଆଜି ଏହାର ଉଦଘାଟନ ହୋଇଛି। ଏନେଇ ଡାକ ବିଭାଗର ଉପସ୍ଥିତ ଅଧିକାରୀ, ଅଞ୍ଚଳବାସୀ ଓ ବିଧାୟକ ଡ. ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ନୂତନ କାର୍ଯ୍ୟାଳୟର କାର୍ଯ୍ୟକ୍ଷମ ହେବା ଦ୍ୱାରା ଜନସାଧାରଣ ଉପକୃତ ହେବା ସହ ସମସ୍ତ ସେବାର ସୁବିଧା ସୁଯୋଗ ପାଇପାରିବେ ବୋଲି କହିଛନ୍ତି କନ୍ଧମାଳ ସାଂସଦ। ଉଦଘାଟନ କାର୍ଯ୍ୟକ୍ରମରେ ଡାକ ବିଭାଗ ପକ୍ଷରୁ କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନକୁ ନେଇ ପ୍ରସ୍ତୁତ କଭରପେଜକୁ ଉନ୍ମୋଚନ କରିଛନ୍ତି ସାଂସଦ ଡ. ଅଚ୍ୟୁତ ସାମନ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.