Below header

ପିଇବା ପାଣି ସମସ୍ଯା ପାଇଁ ରାସ୍ତା ଅବରୋଧ କଲେ ସାହି ବାସିନ୍ଦା

ନବରଙ୍ଗପୁର(କେନ୍ଯୁଜ୍): ଗତ ତିନି ଦିନ ହେଲା ନବରଙ୍ଗପୁର ସହରରେ ପିଇବା ପଶିର ଘୋର ସମସ୍ଯା ଦେଖାଦେଇଛି। ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଶେଷରେ ଲୋକେ ପାଣି ବୋତଲ କିଣି ପିଉଥିବାର ଦେଖିବାକୁ ମିଳିଛି। ଅନ୍ଯପଟେ ପାଇପ୍ ରେ ପାଣି ନଆସିବାରୁ ଆଜି ନୂଆବନ୍ଧ ସାହି ବାସିନ୍ଦା ହାଣ୍ଡି,ଗରା ଧରି ରାସ୍ତା ଅବରୋଧ କରିଛନ୍ତି। ନୂଆବନ୍ଧ ବସ୍ତି ବାସିନ୍ଦାଙ୍କ ସହ ସାହିର ଶତାଧିକ ମହିଳା ପିଇବା ପାଣି ସମସ୍ଯାକୁ ନେଇ ରାସ୍ତକୁ ଓହ୍ଲାଇଛନ୍ତି। ଏନେଇ ବିଭାଗୀୟ ଯନ୍ତ୍ରୀ ରଞ୍ଜିତ ରାୟଙ୍କ ସହ ଯୋଗାଯୋଗ କରିବାରୁ କହିଛନ୍ତି, ବିଜୁଳି ପଡି ଇନ୍ଦ୍ରାବତି ନଦୀ ପମ୍ପ ହାଉସର ଟ୍ରାନ୍ସଫୋର୍ମର ପୋଡି ଯାଇଥିଲା। ତାକୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରାଗଲା ପରେ ଦୁଇଟି ସମର ସେବୁଲ ମୋଟର ପୋଡି ଯାଇଥିଲା।

ଏନେଇ ଗୋଟିଏର ମରାମତି ସରିଛି ଅନ୍ଯଟି ଆସନ୍ତାକାଲି ସୁଦ୍ଧା ହୋଇଯିବା ପରେ ସ୍ବାଭାବିକ ଭାବେ ପାଇପରେ ଜଳ ପାଇପାରିବେ ବୋଲି କହିଛନ୍ତି। ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ନିୟମିତ ଜଳ ଯୋଗାଣ କରାଯିବ ପ୍ରତିଶ୍ତି ମିଳିବା ପରେ ରାସ୍ତାରୁ ହଟିଥିଲେ ମହିଳା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.