Below header

ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା: ଡ୍ରାଇଭର ଜୀବନ୍ତ ଦଗ୍ଧ, ହେଲପର ଆହତ

ଭୟଙ୍କର ଦୁର୍ଘଟଣା । ୧୪ ଚକିଆ ଟ୍ରକ୍‌ ଓ ମିନି ଟ୍ରକ୍‌ ମଧ୍ୟରେ ଧକ୍କା ହୋଇ ଗାଡ଼ିରେ ନିଆଁ ଲାଗିଗଲା । ଜଳିଗଲେ ଡ୍ରାଇଭର । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା ଘଟିଛି ।

ସମ୍ବଲପୁର (କେନ୍ୟୁଜ): ଭୟଙ୍କର ଦୁର୍ଘଟଣା । ୧୪ ଚକିଆ ଟ୍ରକ୍‌ ଓ ମିନି ଟ୍ରକ୍‌ ମଧ୍ୟରେ ଧକ୍କା ହୋଇ ଗାଡ଼ିରେ ନିଆଁ ଲାଗିଗଲା । ଜଳିଗଲେ ଡ୍ରାଇଭର । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା ଘଟିଛି । ୫୩ ନମ୍ବର ଜାତୀୟ ରାଜପଥ ବଡକୁଣ୍ଡେସରା ଠାରେ ୧୪ ଚକିଆ ଟ୍ରକ ଏବଂ ଗୋଟିଏ କୋଇଲା ବୋଝେଇ ୪୦୭ ଗାଡି ମଧ୍ୟରେ ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା । ୪୦୭ ଗାଡ଼ିର ଡ଼୍ରାଇଭରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ୪୦୭ ଗାଡ଼ିଟି ଜଳି ଯାଇଥିବା ପୋଲିସ ସୂଚନା ଦେଇଛି।

ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଧକ୍କା ହେବା ଫଳରେ ଡ୍ରାଇଭର ଷ୍ଟିଆରିଂ ସହ ଚାପି ହୋଇ ଯାଇଥିଲେ । ମୃତ ଡ୍ରାଇଭରଙ୍କ ପରିଚୟ ମିଳିନି । ଟ୍ରକ୍‌୍‌ର ହେଲପର ଆହତ ହୋଇ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ କରୁଛି । ମିନି ଟ୍ରକ୍‌୍‌ଟି ସମ୍ବଲପୁରରୁ ପଟରୁ ଆସୁଥିବା ବେଳେ ଚଉଦ ଚକିଆ ଗାଡ଼ି ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.