Below header

ଗାଧୋଇବା ହେଲା କାଳ, ପୋଖରୀରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ

କେନ୍ଦୁଝର (କେନ୍ୟୁଜ୍) : ଗାଧୋଇବା ହେଲା କାଳ। ଶୋସ ଥାନା ଅନ୍ତର୍ଗତ ମଧୂବନରେ ପୋଖରୀକୁ ଗାଧୋଇବାକୁ ଯାଇ ୨ ନାବାଳିକାଙ୍କ ଗଭୀର ଜଳରେ ବୁଡି ଯାଇଥିଲେ। ଏହାପରେ ସେମାନଙ୍କ ପରିବାର ଲୋକେ ତାଙ୍କୁ ଏକ ଅଟୋରେ ଡାକ୍ତରଖାନା ନେଉଥିବାବେଳେ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଦୁଇ ପରିବାରର ୩ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତୀ ହୋଇଛନ୍ତି। ତେବେ ବୁଡି ଯାଇଥିବା ଦୁଇ ନାବାଳିକାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.