୬ ମାସରେ ୨୪ ହଜାର ନାବାଳିକା ବଳାତ୍କାର ମାମଲା, ଚିନ୍ତା ପ୍ରକଟ କଲେ ସୁପ୍ରିମ କୋର୍ଟ

ଦେଶରେ ବଢ଼ି ଚାଲିଥିବା ନାବାଳିକା ବଳାତ୍କାର ମାମଲାକୁ ନେଇ ସୁପ୍ରିମ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଏହି ସବୁ ମାମଲାର ଅବଗତି ନିମନ୍ତେ କୋର୍ଟ ନିଜେ ଏହାର ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ଏକ ପିଟିସନର ଶୁଣାଣି ବେଳେ ମାମଲାକୁ ଜନସ୍ୱାର୍ଥ ମାମଲାରେ ପରିବର୍ତ୍ତନ କରିଛନ୍ତି। ବରିଷ୍ଠ ଆଇନଜୀବୀ ଭି. ଗିରିଙ୍କୁ କୋର୍ଟ ଉପଦେଷ୍ଟା ଭାବେ ନିଯୁକ୍ତି ଦେବା ସହ ତାଙ୍କୁ ମାମଲାର ପକ୍ଷ ରଖିବାକୁ କୁହାଯାଇଛି।

ପିଟିସନ ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଗତ ୬ ମାସ ମଧ୍ୟରେ ୨୪ ହଜାର ନାବାଳିକାଙ୍କ ସହ ବଳାତ୍କାର ଘଟଣା ଘଟିଛି। ଆମେ ମାମଲାଗୁଡ଼ିକ ବିଷୟରେ ଅବଗତ ହେଉଛୁ ଏବଂ ସେସବୁର ଯାଞ୍ଚ କରିବୁ।

ଏହାସହ ପଢ଼ନ୍ତୁ: ଦେଶର ସୁରକ୍ଷା ତଥ୍ୟ ବିଦେଶୀ ମହିଳାଙ୍କୁ ଦେଉଥିଲେ ଏହି ଦେଶଦ୍ରୋହୀ ଯବାନ, ପୋଲିସ କଲା ଗିରଫ

ଏହାସହ ସୁପ୍ରିମକୋର୍ଟ କହିଛନ୍ତି, ଏଭଳି ମାମଲାଗୁଡ଼ିକର ତ୍ବରିତ ଶୁଣାଣି ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ହେବା ଉଚିତ। ଏପରି କି ସ୍ବତନ୍ତ୍ର ଅଦାଲତ ମଧ୍ୟ ଗଠନ କରାଯାଉ। ତେବେ ଏହି ମାମଲାରେ ଉପଦେଷ୍ଟା ଭି. ଗିରିଙ୍କୁ ସୁପ୍ରିମ କୋର୍ଟ ଆସନ୍ତା ସୋମବାର ପର୍ଯ୍ୟନ୍ତ ନିଜ ପକ୍ଷ ରଖିବାକୁ କହିଛନ୍ତି। ଗତ ୬ ମାସ ମଧ୍ୟରେ କେତେ ମାମଲା ରୁଜୁ କରାଯାଇଛି, ସେଥିମଧ୍ୟରୁ କେତେର ତଦନ୍ତ ଚାଲିଛି, କେତେ ବିଚାରାଧୀନ ଅଛି ଏବଂ କେତେ ମାମଲାର ଚାର୍ଜସିଟ୍ ଦାଖଲ ହୋଇଛି, ସେ ନେଇ ଏକ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଥିଲେ।

court court

ଦେଶର ପ୍ରାୟ ସମସ୍ତ ରାଜ୍ୟରୁ ନାବାଳିକା ଦୁଷ୍କର୍ମ ମାମଲା ଆସିଛି । ପ୍ରଧାନ ବିଚାରପତି ଗୋଗୋଇ କହିଥିଲେ,ରିପୋର୍ଟ ଚିନ୍ତାଜନକ ଅଛି। ଏହା ଅନୁସାରେ ୧ ଜାନୁୟାରୀଠାରୁ ୩୦ ଜୁନ୍ ମଧ୍ୟରେ ଚଳିତବର୍ଷ ୨୪ ହଜାର ୨୧୨ଟି ନାବାଳିକା ବଳାତ୍କାର ମାମଲା ରୁଜୁ କରାଯାଇଛି।

ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ ୧୧,୯୮୧ ମାମଲାର ତଦନ୍ତ ଚାଲିଛି। ପୋଲିସ ଏ ପର୍ଯ୍ୟନ୍ତ ୧୨,୨୩୧ ମାମଲାର ଚାର୍ଜସିଟ ଦାଖଲ କରିଛି। ସେହିପରି ୯୧୧ ମାମଲାର ବିଚାର ସରିଥିବା ବେଳେ ୬୪୪୯ ମାମଲା ବିଚାରାଧୀନ ରହିଛି। ସୁପ୍ରିମକୋର୍ଟ ଏହା ବି କହିଛନ୍ତି, ବର୍ତ୍ତମାନ ୯୦୦ ମାମଲାର ବିଚାର ଶେଷ ହୋଇ ନିଷ୍ପତ୍ତି ଆସିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.