ନିଶାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟଣା: ଥାନାରେ ଆତ୍ମସମର୍ପଣ କଲେ ୪ ହତ୍ୟାକାରୀ

ଆନନ୍ଦପୁର (କେନ୍ୟୁଜ): ନିଶାକୁ କେନ୍ଦ୍ର କରି ପ୍ରଥମେ ବଚସା ଓ ପରେ ହତ୍ୟା କାଣ୍ଡ ଘଟଣାରେ ଆଜି ୪ ଜଣ ହତ୍ୟାକାରୀ ଆତ୍ମସମର୍ପଣ କରିଛନ୍ତି। ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ବରାଙ୍ଗରୁ କିଛି ଦୂରରେ ଗତମାସ ୧୭ ତାରିଖରେ ଗୋଟିଏ ମୃତଦେହ ଉଦ୍ଧାର କରିଥିଲା ରାମଚନ୍ଦ୍ରପୁର ପୋଲିସ। ମୃତଦେହଟି ଯାଜପୁର ଜିଲ୍ଳା ମୂଳାସାର ଗାଁର ଯଶୋବନ୍ତ ଯେନାଙ୍କର ହୋଇଥିବା ବେଳେ ଘଟଣାକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ କରିବା ସହିତ ଥାନରେ ଏତେଲା ଦେଇଥିଲେ।

ଏତେଲାକୁ ଆଧାର କରି ପୋଲିସ୍‌ ତଦନ୍ତ ଜାରି ରଖିଥିବା ବେଳେ ବରାଙ୍ଗ ଗାଁର ୪ ଜଣ ଯୁବକ ଥାନରେ ଆସି ଆତ୍ମସମର୍ପଣ କରିଛନ୍ତି। ମଦ ବିକ୍ରି ଓ ମଦ ପିଇବାକୁ ନେଇ ବରାଙ୍ଗ ହାଟରେ ଯଶୋବନ୍ତ ସହିତ ଏହି ଯୁବକ ଙ୍କର ଝଗଡ଼ା ହୋଇଥିବା ଜାଣିବାକୁ ମିଳିଛି। ତେବେ ରାମଚନ୍ଦ୍ରପୁର ପୋଲିସ ଆତ୍ମସମର୍ପଣ କରିଥିବା ୪ ଜଣ ଯୁବକ ଙ୍କୁ ମେଡ଼ିକାଲ୍‌ ଚେକ୍‌ ଅପ୍‌ ପରେ କୋର୍ଟ ଚାଲାଣ କରିବା କୁ ପ୍ରସ୍ତୁତ ଆରମ୍ଭ କରିଛି। ସେମାନଙ୍କୁ ରିମାଣ୍ଡ ରେ ଆଣିବା ପରେ ପ୍ରକୃତ ସତ କଣ ବାହାରକୁ ଆସିବ ବୋଲି ଚର୍ଚ୍ଚା ହେଉଛି।