Below header

ମଦ୍ୟପ ଡ୍ରାଇଭରର ଉନ୍ମତ୍ତ କାଣ୍ଡ, ୪ଟି ଇଲେକ୍ର୍ଟି ଖୁଣ୍ଟକୁ ଧକ୍କା ଦେଇ ଭାଙ୍ଗିଲା ଟ୍ରାନ୍ସଫର୍ମର

କେନ୍ୟୁଜ୍: ବର୍ତ୍ତମାନ ଟ୍ରାଫିକ୍ ନିୟମ କଡାକଡି ଚାଲିଥିବା ବେଳେ ମଦ୍ଯପାନ କରି ଗାଡି ଚଳାଇବାକୁ ନେଇ ମଧ୍ଯ ଜୋରଦାର୍ ଚେକିଂ ଚାଲିଛି। କିନ୍ତୁ ଏଭଳି ପରିସ୍ଥିତିରେ ବିଭିନ୍ନ ସ୍ଥାନରେ ମଦ୍ଯପ ଗାଡି ଚାଳକଙ୍କ ଉତ୍ପାତ ଦେଖିବାକୁ ମିଳିଥିବା ବେଳେ ଏବେ ଆଠଗଡ ଅଞ୍ଚଳରୁ ଏଭଳି ଏକ ଘଟଣା ସାମ୍ନାକୁ ଅଆସିଛି।  ଗୋଟିଏ ହାଇଓ୍ଵା ଟ୍ରକର ଡ୍ରାଇଭର ମଦ୍ୟପାନ କରି ୪ଟି ଇଲେକ୍ର୍ଟି ଖୁଣ୍ଟକୁ ଧକ୍କା ଦେଇ ଟ୍ରାନ୍ସଫର୍ମରକୁ ମଧ୍ୟ ଭାଙ୍ଗି ଦେଇଛି ।

ଦୁର୍ଘଟଣା ପରେ ଡ୍ରାଇଭର ଫେରାର ଥିବା ବେଳେ ଗୋଟିଏ ଇଲେକ୍ର୍ଟି ଖୁଣ୍ଟ ଏବେବି ରାସ୍ତା ଉପରେ ପଡି ରହିଛି । ଆଠଗଡ ବାଙ୍କୀ ଥାନା ଅନ୍ତର୍ଗତ କଦଳୀବାଡି ଗାଁ ଶବର ସାହି ନିକଟରେ ଦୁର୍ଘଟଣା ଘଟିଛି । ଯାହାଫଳରେ ଦଶମାଣ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଓସ୍ତିଆ ବାଲିଘାଟରୁ ପ୍ରତିଦିନ ଶହ ଶହ ଟ୍ରକ୍ ଏହି ରାସ୍ତା ଦେଇ ଚୋରାଚାଲାଣ ହେଉଥିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.