ସଲମାନଙ୍କ ଅଫରକୁ ମନା କରିଥିଲେ ଏହି ଅଭିନେତ୍ରୀ, ଏବେ ଲଭ୍‌କୁ ନେଇ ଦେଲେ ଏମିତି ଉତ୍ତର

ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୭ ମାର୍ଚ୍ଚ ୩ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ଶ୍ରଦ୍ଧା ପିତା ଶକ୍ତି କପୁର ଫିଲ୍ମ ଇଣ୍ଡଷ୍ଟ୍ରିରେ ଥିବାରୁ ଅଭିନୟ କରିବା ପାଇଁ ପିଲାଟି ଦିନରୁ ତାଙ୍କର ଇଛାଥିଲା। ତାଙ୍କ ଅଭିନୀତ ଫିଲ୍ମ ‘ଆଶିକ୍-୨’ ବକ୍ସ ଅଫିସ୍‌ରେ ବେଶ୍‌ ସଫଳ ରହିଥିଲା।

ବଲିଉଡ୍‌ର ଲଭର ବୟ ଆଦିତ୍ୟ ରାୟ କପୁର ଏବଂ ଫରହାନ୍‌ ଅଖତରଙ୍କ ସହିତ ତାଙ୍କର ରୋମାନ୍ସ୍କୁ ନେଇ ଅନେକ ଚର୍ଚ୍ଚ ଚାଲିଥିବା ବେଳେ ଶ୍ରଦ୍ଧା ଏନେଇ ମୁହଁ ଖୋଲି ନ ଥିଲେ। ତେବେ ପ୍ରଥମେ କ୍ୟାରିୟର ପରେ ପ୍ରେମ ବୋଲି ଏକ ସାକ୍ଷାତ୍‌କାରରେ ଶ୍ରଦ୍ଧା କହିଥିଲେ। ଏବେ ସେ ଇଣ୍ଡଷ୍ଟ୍ରିରେ ନିଜର ସ୍ଥିତି ସୁଦୃଢ଼ କରୁଥିବା କହିଛନ୍ତି। ରୋମାନ୍ସ୍‌ ପାଇଁ ତାଙ୍କ ପାଖରେ ସମୟ ନାହିଁ ବୋଲି ସେ ନିଜ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ କହିଥାନ୍ତି। ସୂଚନାଯୋଗ୍ୟ, ଶ୍ରଦ୍ଧାଙ୍କ ଅପକମିଙ୍ଗ ଫିଲ୍ମ ବାଗି-୩ ରିଲିଜ୍‌ ହେବାକୁ ରହିଛି। ଯେଉଁଥିରେ ପୁଣି ଶ୍ରଦ୍ଧାଙ୍କ ସହିତ ଟାଇଗର ଶ୍ରଫ ଏବଂ ରିତେଶ ଦେଶମୁଖ ପ୍ରମୁଖ ଭୂମିକାରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.