Below header

ଯାଜପୁର: ସ୍କୁଲରେ ମଦପିଇ ଶିକ୍ଷକଙ୍କ ଉତ୍ପାତ, ସ୍କୁଲ ବାହାରେ ପିଲାଙ୍କୁ ଆଣ୍ଠେଇବା ସହ ସେମାନଙ୍କ ସହ ଉଠାଇଲେ ଫଟୋ

ଯାଜପୁର: ସ୍କୁଲରେ ମଦପିଇ ଶିକ୍ଷକଙ୍କ ଉତ୍ପାତ। ସ୍କୁଲ ପିଲାଙ୍କୁ ଆଣ୍ଠେଇବା ସହ ସେମାନଙ୍କ ସହ ଫଟୋ ଉଠାଇଛନ୍ତି। ଗୋଡ଼ ଟଳମଳ ହେଉଥିବା ବେଳେ ନିଜ ବାଇକକୁ ରାସ୍ତାରେ ପକାଇ ହଙ୍ଗାମା କରିଛନ୍ତି। ଯାଜପୁର ଜିଲ୍ଲା ସୁକିନ୍ଦା ଥାନାର ବାଲିଆ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି।

ସ୍କୁଲ ଶିକ୍ଷକ ମକରନ୍ଦ ପ୍ରଧାନ ମଦ୍ୟପାନ କରି ସ୍କୁଲ ଆସି ପିଲାଙ୍କୁ ଆଣ୍ଠେଇ ଦେଇଥିଲେ। ରାସ୍ତାରେ ଯାଉଥିବା ଲୋକେ ଏହା ଦେଖି ତାଙ୍କୁ ଏଥିରୁ ନିବୃତ୍ତ ରହିବାକୁ କହିଥିଲେ ମଧ୍ୟ ସେ ଧ୍ୟାନ ନଦେଇ ଉତ୍ପାତ ମଚାଇଥିଲେ। ନିଜ ବାଇକୁ ରାସ୍ତାରେ ଫିଙ୍ଗି ଦେଇ ପିଲାଙ୍କ ସହ ଫଟୋ ଉଠାଇବାକୁ ଅନ୍ୟମାନଙ୍କୁ କହିଥିଲେ। କିଛି ଲୋକ ଏହାର ଭିଡିଓ ଉତ୍ତୋଳନ କରି ଶିକ୍ଷା ବିଭାଗ ଅଧିକାରୀଙ୍କୁ ଜଣାଇଛନ୍ତି। ପୂର୍ବରୁ ମଧ୍ୟ ଅନେକ ଥର ଶିକ୍ଷକ ଜଣକ ମଦ ପିଇ ସ୍କୁଲ ଆସିଥିବାରୁ ଗ୍ରାମବାସୀ ଏହାକୁ ବାରଣ କରିଥିଲେ। ତେବେ ସେ ପ୍ରକୃତି ବଦଳାଉନଥିବାରୁ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.