Below header

ଯାଜପୁର ରୋଡ ଥାନା ଦଳା ଛକ ନିକଟରେ ୧୦୮ ଆମ୍ବୁଲାନସ ଧକ୍କାରେ ମହିଳାଙ୍କ ମୃତ୍ୟୁ, ଚାଳକଙ୍କ ସହ ୮ମାସର ଶିଶୁ ଓ ଅନ୍ୟ ଦୁଇଜଣ ଗୁରୁତର

ଯାଜପୁର ରୋଡ : ଯାଜପୁର ରୋଡ ଥାନା ଦଳା ଛକ ନିକଟରେ ଦୁର୍ଘଟଣା। ଟ୍ରକ ପଛରେ ୧୦୮ ଆମ୍ବୁଲାନସ ଧକ୍କା ଦେବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ। ଆମ୍ବୁଲାନସ ଚାଳକଙ୍କ ସହ ୮ମାସର ଶିଶୁ ଓ ଅନ୍ୟ ଦୁଇଜଣ ଗୁରୁତର। ଗୁରୁତରଙ୍କୁ ଯାଜପୁର ରୋଡ ମେଡିକାଲରେ ଭର୍ତ୍ତି କରାଯାଇଛି। ବରୀ ଅଞ୍ଚଳର ଅମୂଲ୍ୟ ମଲ୍ଲିକ ୧୦୮ ଆମ୍ବୁଲାନସ ଯୋଗେ ପାଣିକୋଇଲିରୁ ଯାଜପୁର ରୋଡ ଅଭିମୂଖେ ଆସୁଥିବା ବେଳେ ଦଳା ଛକ ନିକଟରେ ଛିଡ଼ ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଅମୂଲ୍ୟଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିବା ସହ ଅନ୍ୟମାନେ ଆହତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.