କୋଣାର୍କ ଉତ୍ସବର ଆଜି ଶେଷ ଦିନ

କୋଣାର୍କ: କୋଣାର୍କ ଉତ୍ସବର ଆଜି ଶେଷ ଦିନ। ଗତକାଲି ଚତୁର୍ଥ ସଂଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚରେ କୁଚୁପୁଡି ଶାସ୍ତ୍ରୀୟ ନୃତ୍ୟଗୁରୁ ଦମ୍ପତି ନୃତ୍ୟ ପରିବେଶଣ କରିଥିଲେ । ରାଜା ରାଧା ରେଡ୍ଡୀ ଓ ସାଥୀ କଳାକାରଙ୍କ ଦ୍ୱାରା ପରିବେଶଣ ହୋଇଥିବା ମା’ ଭାରତୀଙ୍କ ଅବସ୍ଥିତି, ସତ୍ୟ ଶାନ୍ତି ଅହିଂସାର ବାର୍ତ୍ତାକୁ ଦର୍ଶକ ମନଭରି ଉପଭୋଗ କରିଥିଲେ । ସଂଧ୍ୟାର ଅନ୍ୟ ଏକ ଆକର୍ଷଣ ଥିଲା ଗୁରୁ ଗଜେନ୍ଦ୍ର ପଣ୍ଡା ଓ ସାଥୀ କଳାକାରଙ୍କ ଦ୍ୱାରା ପରିବେଶିତ ହୋଇଥିବା ନୃତ୍ୟ । ଓଡ଼ିଶୀ ଶୈଳୀରେ ପ୍ରହଲ୍ଲାଦ ନାଟକ ଶାସ୍ତ୍ରୀୟ ରୁପାନ୍ତର ପୁରାଣ ଆଧାରିତ ଶ୍ରୀ ବିଷ୍ଣୁଙ୍କ ନୃସିଂହ ଅବତାରର ଶାସ୍ତ୍ରୀୟ ଲୀଳାକୁ ନୃତ୍ୟ ମାଧ୍ୟମରେ ପରିବେଶଣ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.