ନାଇଜେରିଆ ତଟରୁ ଅପହରଣ ହେଲା ହଂଗକଂଗ ପାଣି ଜାହାଜ, ଜାହାଜରେ ଅଛନ୍ତି ୧୮ ଭାରତୀୟ

ହଂଗ କଂଗର ଏକ ଜଳ ଜାହାଜକୁ ନାଇଜେରିଆ ତଟବର୍ତ୍ତୀ ଅଞ୍ଚଳରେ ସାମୁଦ୍ରିକ ଲୁଟେରା ମାନେ ଅପହରଣ କରି ନେଇଛନ୍ତି । ସୂଚନା ମୁତାବକ ଏହି ଜାହାଜରେ ସମୁଦାୟ ୧୯ ଯାତ୍ରୀ ଉପସ୍ଥିତ ଥିବା ବେଳେ ସେଥିମଧ୍ୟରୁ ୧୮ ଜଣ ହେଉଛନ୍ତି ଭାରତୀୟ । ସାମୁଦ୍ରିକ ଗତିବିଧି ଉପରେ ନଜର ରଖୁଥିବା ଏକ ବୈଷିକ ଏଜେନ୍ସି ପ୍ରଥମେ ଏବିଷୟରେ ସୂଚନା ଦେଇଥିଲେ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ଯାତ୍ରୀ ମାନଙ୍କ ଅପହରଣ ହେବାର ଖବର ମିଳିବା ପରେ ଭାରତୀୟ ଦୂତାବାସ ନାଇଜେରିଆ ବରିଷ୍ଠ ଅଧିକାରୀଙ୍କ ସହ ସମ୍ପର୍କ ସ୍ଥାପନ କରିଛନ୍ତି । ଘଟଣା ବିଷୟରେ ଅଧିକରୁ ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛନ୍ତି । ସାମୁଦ୍ରିକ ଜାହାଜ ଗୁଡିକର ଗତିବିଧି ଉପରେ ନଜର ରଖୁଥିବା ‘ଏଆରଏକ୍ସ ମେରିଟାଇମ’ ନିଜ ୱେବସାଇଟରେ ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ ହଂଗ କଙ୍ଗର ଏହି ଜାହାଜକୁ ମଙ୍ଗଳବାର ଦିନ ସାମୁଦ୍ରିକ ଡାକୁ ମାନେ ନିଜ କବ୍ଜାକୁ ନେଇଯାଇଛନ୍ତି ।

hong kong new

ଏହା ସହ ପଢନ୍ତୁ: ବିଦେଶରୁ କଳାଧନ ଫେରାଇ ଆଣିବାକୁ ମୋଦି ସରକାରଙ୍କର ଆଉ ଏକ ପ୍ରୟାସ, ଆସିପାରେ ଏଲିଫ୍ୟାଣ୍ଟ ବଣ୍ଡ୍‌

ଯାତ୍ରୀଙ୍କ ମଧ୍ୟରୁ ୧୮ ଜଣ ଭାରତୀୟ ନାଗରିକ ଥିବା ବେଳେ ଜଣେ ତୁର୍କୀ ନାଗରିକ ଅଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଡିସେମ୍ବର ୩ ତାରିଖ ସନ୍ଧ୍ୟାରେ ନାଇଜେରିଆ ତଟବର୍ତ୍ତୀ ଅଞ୍ଚଳରେ ଯିବା ସମୟରେ ହଂଗ କଂଗ ପତାକା ଲାଗିଥିବା ‘ବିଏଲସିସି, ଏନବିଆଇ କାନ୍ସଟିଲେସନ’ ଜାହାଜ ଉପରେ ସାମୁଦ୍ରିକ ଲୁଟେରା ମାନେ ହମଲା କରିଥିଲେ । ଏହିପରି ୨୦୦୮ ମସିହାରେ ସୋମାଲିଆ ନିକଟବର୍ତ୍ତୀ ଏଡ଼ନ ଖାଡ଼ି ରୁ ୧୮ ଭାରତୀୟଙ୍କ ସମେତ ୨୨ ଜଣ ଯାତ୍ରୀ ଥିବା ଜାହାଜକୁ ସାମୁଦ୍ରିକ ଲୁଟେରା ମାନେ ନିଜ କବ୍ଜାକୁ ନେଇଯାଇଥିଲେ । ସେହି ଜାହାଜରେ ଭାରତୀୟଙ୍କ ବ୍ୟତୀତ ୨ ଜଣ ଫିଲିପିନି, ଜଣେ ବାଂଲାଦେଶୀ ଆଉ ଜଣେ ରୁଷ ନାଗରିକ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.