Below header

କୋଭିଡ୍ ସଂକ୍ରମିତଙ୍କୁ ଜଙ୍ଗଲ ମଝିରେ ଛାଡି ପଳାଇ ଗଲା ମଦ୍ୟପ ଆମ୍ବୁଲାନ୍ସ ଡ୍ରାଇଭର

ଆନନ୍ଦପୁର(କେନ୍ୟୁଜ୍‌) :  ଆନନ୍ଦପୁର ଅଞ୍ଚଳର ଜଣେ କୋଭିଡ୍ ସଂକ୍ରମିତ ବ୍ଯକ୍ତିଙ୍କୁ ଚିକିତ୍ସା ପରେ ଆଣି ଘରେ ଛାଡିବା ପରିବର୍ତ୍ତେ ଜଙ୍ଗଲ ମଝିରେ ଛାଡି ଚାଲିଗଲା ଆମ୍ବୁଲାନ୍ସ ଡ୍ରାଇଭର । ବ୍ଯକ୍ତି ଜଣକ ସଂକ୍ରମିତ ହୋଇ କେନ୍ଦୁଝର କୋଭିଡ୍ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ଆଜି ତାଙ୍କୁ ଡିସଚାର୍ଜ କରାଯାଇ ଏକ ଆମ୍ବୁଲାନ୍ସ ଯୋଗେ ଘରକୁ ପଠା ଯାଇଥିଲା ।

anandpur covid

ହେଲେ ଡ୍ରାଇଭର ଜଣକ ବାଟରେ ଆମ୍ବୁଲାନ୍ସ ଅଟକାଇ ମଦ ପିଇ ମାତାଲ ହୋଇଯାଇଥିଲା । ଫଳରେ ୨୦ ନଂ ଜାତିୟ ରାଜପଥର ଅଟେଇ ଜଙ୍ଗଲ ଅଧୀନ କୁମୁଡ ଛକ ଠାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗାଡିରୁ ତଳକୁ ଓହ୍ଲାଇ ଦେଇ ଗାଡି ଧରି ଫେରି ଯାଇଥିଲା ।

ଦୀର୍ଘ ସମୟ ଅପେକ୍ଷା ପରେ ଗଣମାଧ୍ଯମ ପ୍ରତିନିଧିମାନଙ୍କ ହସ୍ତକ୍ଷେପ ଫଳରେ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରରୁ ଅନ୍ଯ ଏକ ଆମ୍ବୁଲାନ୍ସ ଆସି ତାଙ୍କୁ ସେଠାରୁ ଘରକୁ ନେଇ ଯାଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.