ମୁଣ୍ଡ ନାହିଁ କିନ୍ତୁ ସ୍କୁଟି ଚଲାଉଛନ୍ତି ଏହି ବ୍ୟକ୍ତି, ଦେଖିବା ପରେ ଲୋକଙ୍କର ହେଲା ଏମିତି ଅବସ୍ଥା; ଦେଖନ୍ତୁ ଭିଡିଓ

ସ୍କୁଟି ଚଲାଉଥିବା ପୁଅ ଝିଅ ତ ଆପଣ ନିହାତି ଦେଖିଥିବେ। କିନ୍ତୁ କେବେ କୌଣସି ମୁଣ୍ଡ ନଥିବା ଲୋକଙ୍କୁ ରାସ୍ତାରେ ଦେଖିଛନ୍ତି କି। ବୋଧେ ନା’। କିନ୍ତୁ ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ। କାରଣ ଭିଡିଓରେ ଜଣେ ମୁଣ୍ଡ ନଥିବା ବ୍ୟକ୍ତି ସ୍କୁଟି ଚଲାଉଥିବା ଦେଖିବାକୁ ମିଳିଛି। ତେବେ ସବୁଠୁ ଅଧିକ ମଜା ଲାଗୁଛି ଉକ୍ତ ବ୍ୟକ୍ତିଙ୍କୁ ଦେଖି ରାସ୍ତାର ଅନ୍ୟଲୋକମାନେ ଦେଉଥିବା ରିଆକ୍ସନ୍‌।

ଆଖପାଖର ଲୋକଙ୍କ ରିଆକ୍ସନ୍‌ ଦେଖିଲେ ଆପଣ ବି ନିଜ ହସ ରୋକିପାରିବେ ନାହିଁ। କାରଣ ଲୋକମାନେ ମୁଣ୍ଡ ନଥିବା ଲୋକ ସ୍କୁଟି ଚଲାଉଥିବା ଦେଖି ନିଜ ଆଖିକୁ ବିଶ୍ୱାସ କରିପାରୁନାହାନ୍ତି। ଉକ୍ତ ସ୍କୁଟି ଚଲାଉଥିବା ବ୍ୟକ୍ତିଙ୍କୁ ସମସ୍ତେ ବୁଲି ବୁଲି ଚାହୁଁଛନ୍ତି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖାଯାଇଛି ଯେ ହଠାତ୍‌ ଜଣେ ମୁଣ୍ଡ ନ ଥିବା ବ୍ୟକ୍ତି ସ୍କୁଟିରେ ଆସି ଟ୍ରାଫିକ୍‌ ରେଡ୍‌ ଲାଇଟ୍‌ରେ ଠିଆ ହେଉଛନ୍ତି। ତାଙ୍କୁ ଦେଖି ପାଖରେ ଥବା ଲୋକ ବୁଝିପାରୁନାହାନ୍ତି ଯେ ପ୍ରକୃତରେ ଇଏ କିଏ ଓ ଏମିତି କାହିଁକି ବୁଲୁଛନ୍ତି। ଏଣୁ ଅଜବ ଅଜବ ରିଆକ୍ସନ୍‌ ଦେଉଥିବା ଦେଖାଯାଇଛି। ଭିଡିଓକୁ ଏବେ ଯାଏଁ ୫୧ ହଜାରରୁ ଅଧିକ ଲୋକ ଦେଖିସାରିଲେଣି।

Leave A Reply

Your email address will not be published.