Below header

କ୍ୟାମେରାରେ କଏଦ ହେଲା ଅତି ଭୟଙ୍କର ଦୃଶ୍ୟ, ଟ୍ଵିଟରରେ ଭାଇରଲ ହେଉଥିବା ଭୂତର ଏହି ଭିଡିଓ ଆପଣଙ୍କୁ କରିଦେବ ବିଚଳିତ

ସୋସିଆଲ ମିଡିଆ ସାଇଟ୍‌ ଟ୍ଵିଟରରେ ଏକ ହରର୍‌ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହାକୁ ବ୍ରିଟିଶ ଖବରକାଗଜ ‘ଦ ସନ’ ସେୟାର କରିଛି। ଏହି ଭିଡିଓରେ ଦୀର୍ଘଦିନରୁ ଖାଲି ପଡ଼ିଥିବା ଏକ ବିଲ୍ଡିଂରେ ଭୂତ ଭଳି କିଛି ଗୋଟିଏ ଜିନିଷ ନଜର ଆସୁଛି। ଭିଡିଓକୁ ଏ ପର୍ଯ୍ୟନ୍ତ ୧ ଲକ୍ଷ ୮ ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି।

ଭିଡିଓ ସେୟାର କରି ‘ଦ ସନ’ ଲେଖିଛି କି, ଦୀର୍ଘଦିନରୁ ଶୂନଶାନ ପଡ଼ିଥିବା ଏକ କେୟାର ହୋମରେ କ୍ୟାମେରାରେ କଏଦ ହୋଇଥିବା ଭୂତର ଭୟଙ୍କର ଦୃଶ୍ୟ। କୁହାଯାଉଛି କି, ଭୂତର ଏହି ଛବି କ୍ୟାମେରାରେ ସେହି ସମୟରେ କଏଦ ହୋଇଥିଲା, ଯେତେବେଳେ ଦୁଇଜଣ ସହରୀ ଅନୁସନ୍ଧନକାରୀ ସେହି କେୟାର ହୋମକୁ ଦେଖିବାକୁ ପହଞ୍ଚିଥିଲେ। ସେମାନେ ନିଜ ହାତରେ କ୍ୟାମେରା ଓ ଟର୍ଚ୍ଚ ଲାଇଟ୍‌ ଧରିଥିଲେ। ଠିକ୍‌ ଏତିକି ବେଳେ ଏକ ରହସ୍ୟମୟ ଆକୃତି ଦେଖିବାକୁ ପାଇଥିଲେ, ଯାହାକୁ ଦେଖି ସେମାନେ ଏକଦମ୍‌ ଡରି ଯାଇଥିଲେ।

ଭାଇରାଲ ଭିଡିଓରେ ଦେଖାଯାଇ ପାରିବ କି, ଜଣେ ବ୍ୟକ୍ତି ଏକ ବିଲ୍ଡିଂର ସିଡି ଚଢ଼ୁଛନ୍ତି। ଏହି ବିଲ୍ଡିଂଟି ବହୁତ ପୁରୁଣା ଏବଂ ଧ୍ୱଂସ ଅବସ୍ଥାରେ ପଡ଼ିଛି। ସିଡି ଉପରେ ଏକ ଖୋଲା କବାଟ ରହିଛି। ବ୍ୟକ୍ତିଙ୍କ ପଛେ ପଛେ ଚାଲିଥିବା ଅନ୍ୟ ବ୍ୟକ୍ତି ଏକ କ୍ୟାମେରା ଧରିଛନ୍ତି। ଯେମିତି ହିଁ ସେ କ୍ୟାମେରାକୁ ଉକ୍ତ ଖୋଲା କବାଟ ଆଡ଼କୁ ବୁଲାଉଛନ୍ତି, ତ କିଛି ଅଜବ ପ୍ରକାରର ଶବ୍ଦ ଶୁଣିବାକୁ ମିଳୁଛି ଏବଂ କଳା ହୋଇ କେହି ଜଣେ ସେଠୁ ପଳାଇ ଯାଉଥିବା ଦେଖାଯାଉଛି। ଏହାପରେ ବ୍ୟକ୍ତି ଦୁଇଜଣ ଏକଦମ୍‌ ସ୍ତବ୍ଧ ହୋଇଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.