Below header

ସରପଞ୍ଚ ପ୍ରତିନିଧି କରୋନା ପଜେଟିଭ ଜଣା ପଡ଼ିବା ପରେ ଚିଲିକା ଡୁଙ୍ଗମାଳ ପଞ୍ଚାୟତ ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍‌

ଟାଙ୍ଗୀ(କେନ୍ୟୁଜ୍‌) : ଓଡ଼ିଶାରେ କରୋନା ମାମଲା ଦିନକୁ ଦିନ ବଢ଼ି ଚାଲିଛି । ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଡୁଙ୍ଗମାଳ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଠାରେ କାରୋନା ପଜେଟିଭ୍ ଜଣା ପଡ଼ିବା ପରେ ପଞ୍ଚାୟତକୁ ଆଜି (ଶୁକ୍ରବାର ) ସଂଧ୍ୟା ୭ ଟା ଠାରୁ ଆସନ୍ତା ରବିବାର ସଂଧ୍ୟା ୭ ଟା ପର୍ଯ୍ୟନ୍ତ ୭୨ ଘଣ୍ଟା ସଟ ଡାଉନ୍ ଘୋଷଣା କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ଚିଲିକା ବ୍ଲକ ଡୁଙ୍ଗମାଳ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ନିଜ ପାଞ୍ଚାୟତ ସଂଘରୋଧ କେନ୍ଦ୍ରରେ କାର୍ଯ୍ୟରତ ଥିଲେ । ଗତ ଜୁଲାଇ ୬ ତାରିଖରେ ସେ ଜ୍ୱର ଥଣ୍ଡାରେ ପୀଡ଼ିତ ଥିଲେ ।

ଏଣୁ ଏମ୍ସ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଯାଇଥିଲେ । ସେଠାରେ ତାଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିଥିବାର ତାଙ୍କୁ ସେଠାରୁ କୋଭିଡ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିବା ସୂଚନା ଦେଇଛନ୍ତି ସରପଞ୍ଚ ।

କୋଭିଡ୍ ଯୋଦ୍ଧା ଜଣକ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ପାଇବା ପରେ ପାଞ୍ଚାୟତର ସୁରକ୍ଷା ଦୃଷ୍ଟିରୁ ପାଞ୍ଚାୟତକୁ ୭୨ ଘଣ୍ଟା ଯାଏ ସଟ୍‌ ଡାଉନ୍‌ କରାଯାଇଥିବା ସରପଞ୍ଚ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.