Below header

ମାର୍କେଟ୍‌ରେ ବୁଲୁଛି ନକଲି ମିନେରାଲ ଓ୍ଵାଟର, ଗୁମର ଖୋଲିଲା ଷ୍ଟିଙ୍ଗ ଅପରେସନ୍‌

ଭୁବନେଶ୍ୱର(କେ.ନ୍ୟୁଜ): ବିନା ଲାଇସେନ୍‌ସରେ ବେଧଡ଼କ ଚାଲିଛି ପାଣି ବେପାର। ଟ୍ରକରୁ ମିନି ଟ୍ରକ ପର୍ଯ୍ୟନ୍ତ ସବୁଥିରେ ପାଣି ବୁହାଯାଉଛି। ପାଣି ଭରି ଜାର୍‌ ପିଛା ୩୦ରୁ ୪୦ ଟଙ୍କାରେ ବିକ୍ରି କରୁଛନ୍ତି ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଅଞ୍ଚଳରେ। ଏଠାରେ କିଛି ଲୋକ ଘର କିମ୍ବା ରାସ୍ତା କଡ଼ ଟ୍ୟୁବୱେଲ ଅବା ନଦୀରୁ ସିଧାସଳଖ ପାଣି ଭର୍ତ୍ତି କରି ତାକୁ ମିନେରାଲ ଓ୍ଵାଟର କହି ବିକ୍ରି କରୁଛନ୍ତି। ମାତ୍ର ଲୋକମାନେ ଜାଣି ନପାରି ତାହାକୁ ମିନେରାଲ ୱାଟର ଭାବି କିଣିକି ପିଉଛନ୍ତି। ଏନେଇ ଜାଣିବା ପରେ ଜଣେ ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚି ସୁଟିଂ କରିବା ବେଳକୁ ଲୋକମାନେ ପାଣିକୁ ଢାଳି ଦେଇଥିଲେ। ଏନେଇ ସେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏବଂ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି।

mineral

ସୂଚନାଯୋଗ୍ୟ ଯେ ଜିଲ୍ଲାର ବିଭିନ୍ନ ଜାଗାରେ ଛତୁ ଫୁଟିଲା ଭଳି ବେଆଇନ୍‌ ମିନେରାଲ ଓ୍ଵାଟର ଫ୍ୟାକଟ୍ରି ରହିଛି। ସେମାନେ ବିନା ସିଲ୍‌ରେ ଯେଉଁଠୁ ନାହିଁ ସେଠୁ ଜାର୍‌ରେ ପାଣି ଭରି ବାହାଘର, ମହୋତ୍ସବ ଠାରୁ ଆରମ୍ଭ କରି ସଭାସମିତି ପାଖରେ ପହଞ୍ଚାଇ ଦେଉଛନ୍ତି । ତେବେ ବିଶେଷ କରି ଚଣ୍ଡୀଖୋଲ-ପାରାଦୀପ ରାସ୍ତାରେ ଯାଆ ଆସ କରୁଥିବା ମାଲବାହୀ ଟ୍ରକ୍‌ଗୁଡ଼ିକ ଏମାନଙ୍କ ଟାର୍ଗେଟ୍‌ରେ ରହିଛନ୍ତି। ଗୋଟିଏ ଗୋଟିଏ ଟ୍ରକ୍‌ରେ ଦିନକୁ ପ୍ରାୟ ଲିଟର ପାଣି ଖର୍ଚ୍ଚ ହୁଏ । ଡ୍ରାଇଭର, ହେଲପର ଆଦି ସେହି ପାଣିରେ ରୋଷେଇ ବାସ କରିବା ସହ ଏହାକୁ ପିଇଥାନ୍ତି । ଅନୁମତି ପ୍ରାପ୍ତ ମିନେରାଲ ଓ୍ଵାଟର୍‌ର ଏହି ଟାଙ୍କି ଗୋଟିଏର ଦାମ୍‌ ୭୦ରୁ ୮୦ ଟଙ୍କା ହୋଇଥିବା ବେଳେ ବିନା ସିଲ୍‌ ବାଲା ଏହି ବେଆଇନ୍‌ ପାଣି ଜାର୍‌ ଦାମ ତାର ଅଧାରୁ ଆହୁରି କମ୍‌ ।

mineral water

ତେବେ ପାଣିର ଯାଞ୍ଚ ହେଉନଥିବାରୁ କେତେବେଳେ ଏହି ଦୂଷିତ ଜଳ ଲୋକଙ୍କ ଜୀବନ ନେଇଯାଇପାରେ। ଏହି ବେଆଇନ୍‌ କାମ ପଛରେ ବଡ଼ ର‍୍ୟାକେଟ୍‌ର ହାତ ଥିବା ଅନୁମାନ କରାଯାଉଛି । ପୋଲିସ୍‌ ଏହାର ତଦନ୍ତ କଲେ ସବୁ କିଛି ସ୍ପଷ୍ଟ ହେବ ଏବଂ ଦୋଷୀ ଧରାପଡ଼ିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.