ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୫୦୫ ଜଣ ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଆଜି ସର୍ବାଧିକ ୫୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି। ତେବେ ଗଞ୍ଜାମରୁ ସର୍ବାଧିକ ୨୪୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୧, ଖୋର୍ଦ୍ଧାରୁ ୫୨, କଟକରୁ ୪୫, ପୁରୀରୁ ୧୧ ଜଣ, ଗଜପତିରୁ ୧୦ ଜଣ, ନବରଙ୍ଗପୁରରୁ ୯ ଜଣ, ଯାଜପୁରରୁ ୮ ଜଣ, ନୟାଗଡ଼ରୁ ୮ ଜଣ, ଜଗତ୍ସିଂହପୁରରୁ ୭ ଜଣ, ଅନୁଗୁଳରୁ ୫ ଜଣ, ବରଗଡ଼ରୁ ୩ ଜଣ ଓ କେନ୍ଦୁଝରରୁ ୨ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ଭଦ୍ରକ ଓ ଢେଙ୍କାନାଳରୁ ୬ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ କନ୍ଧମାଳ, କେନ୍ଦ୍ରାପଡା ଓ କୋରାପୁଟରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ଏବଂ ଝାରସୁଗୁଡା ଓ ରାୟଗଡାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥଙ୍କ ମିଶାଇ ବର୍ତ୍ତମାନ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ପହଞ୍ଚିଲା ୯୨୫୫ରେ । ସୂଚନା ଅନୁଯାୟୀ ଆଜି ରାଜ୍ୟରେ ୬୧୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ଏବଂ ସେଥିମଧ୍ୟରୁ ଭୁବନେଶ୍ଵରରୁ ୧୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.