ଜବତ ହେଲା ନକଲି ସସ୍‌ ବୋଝେଇ ପିକ୍‌ ଅପ୍‌ ଭ୍ୟାନ୍, ଜଣେ ଗିରଫ

ବଣାଇ(କେନ୍ଯୁଜ୍): ଜବତ ହେଲା ନକଲି ସସ୍‌ ବୋଝେଇ ପିକ୍‌ ଅପ୍‌ ଭ୍ୟାନ। ଘଟଣାରେ ଜଣେ ଗିରଫ । ଗିରଫ ଅଭିଯୁକ୍ତ ହେଲେ ରାହୁଲ ପ୍ରସାଦ ସାହୁ । ରାଉରକେଲାରୁ ବଣାଇ ଅଞ୍ଚଳକୁ ଏହି ସସ୍‌ ସପ୍ଲାଇ କରାଯାଉଥିଲା । ଯାହାର ପର୍ଦ୍ଦାଫାସ କରିଛି ବଣାଇ ପୋଲିସ ।

ବଣାଇରେ ଟମାଟୋ ଓ ଚିଲି ସସ୍‌ର ଚାହିଦାକୁ ନେଇ ବ୍ୟବସାୟୀ ନକଲି ସସ୍‌ ସପ୍ଲାଏ କରି ବେଶ୍‌ ମୁନାଫା କମାଉଥିଲେ । ଆଖପାଖ ଅଞ୍ଚଳରେ ଫାଷ୍ଟ୍‌ ଫୁଡ୍‌ ଦୋକନଗୁଡିକରେ ଏହି ସସ୍‌ ବିକ୍ରୀ କରାଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.