Below header

ବାଲେଶ୍ୱରରୁ ନକଲି ଡାକ୍ତର ପ୍ରଭାସକୁ ଗିରଫ କଲା ସହିଦନଗର ପୋଲିସ୍, ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇ ଲୁଟୁଥିଲା ଟଙ୍କା

ବାଲେଶ୍ୱର(କେନ୍ଯୁଜ୍):ବନ୍ଧା ହେଲା ରସିକ ନାଗର। ବାଲେଶ୍ୱରରୁ ନକଲି ଡାକ୍ତର ପ୍ରଭାସକୁ ଗିରଫ କଲା ସହିଦନଗର ପୋଲିସ। ନିଜକୁ ଡାକ୍ତର କହି ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇଥିଲା ପ୍ରଭାସ। ବିବାହର ପ୍ରତିଶୃତି ଦେଇ ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା। ଶିକ୍ଷାଗତ ଯୋଗ୍ୟତା ଷଷ୍ଠ। କିନ୍ତୁ ଫେସବୁକ୍‌, ଟ୍ଵିଟର, ଇନଷ୍ଟାଗ୍ରାମ ଓ ମାଟ୍ରିମୋନି ସାଇଟ୍‌ ପ୍ରୋଫାଇଲରେ MKCGରେ ପଢୁଥିବା ଡାକ୍ତରୀ ଛାତ୍ର ବୋଲି ଲେଖୁଥିଲା।

ସୁଟ୍‌ ବୁଟ୍‌ ପିନ୍ଧା ଏମିତି ଫଟୋ ଛାଡୁଥିଲା ଯେ, କାହାରି ବି ସନ୍ଦେହ ହେଉନଥିଲା। ନିଜକୁ ସମ୍ଭ୍ରାନ୍ତ ପରିବାରର ଦର୍ଶାଇ ସୁନ୍ଦର ସୁନ୍ଦର ଯୁବତୀଙ୍କ ସହ ଚାଟିଂ କରୁଥିଲା। ଏହାପରେ ପ୍ରେମ ଜାଲରେ ଫସାଇ ଲୁଟୁଥିଲା। ପ୍ରାୟ ଶହେ ଜଣ ଯୁବତୀଙ୍କୁ ଚୁନା ମାରିଛି ରସିକ ନାଗର ପ୍ରଭାସ। ମଲ୍‌ ବୁଲାଇନେବା ବାହାନାରେ ପର୍ସ ଓ ମୋବାଇଲ୍‌ ଲୁଟି ଫେରାର ହୋଇଯାଉଥିଲା।

ପ୍ରଭାସ ନାଁରେ ରଜ୍ୟର ବିଭିନ୍ନ ଥାନାରେ ଠକେଇ ମାମଲା ରହିଛି। ପୂର୍ବରୁ ୩ ଥର ଗିରଫ ହୋଇ ଜେଲ୍‌ ଯାଇଥିଲା। ଏବେ ସହିଦନଗର ଥାନାରେ ପୁଣି ଥରେ ଜଣେ ଯୁବତୀ ମାମଲା ରୁଜୁ କରିବା ପରେ ପ୍ରଭାସକୁ ଜେଲକୁ ପଠାଇ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.