ଦୁର୍ବଳ ହେଲା ଅବପାତ: ଆଜିଠୁ ରାଜ୍ୟରେ ସୁଧୁରିବ ପାଗ, ୩ରୁ ୪ଡିଗ୍ରୀ ଯାଏଁ ତଳକୁ ଖସିବ ପାରଦ

ଭୁବନେଶ୍ବର(କେନ୍ଯୁଜ୍):ଦୁର୍ବଳ ହେଲା ଅବପାତ। ପଶ୍ଚିମବଙ୍ଗ ଗଲା ଜୱାଦ୍‌। ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ମୁହାଁ ହୋଇଛି । କ୍ରମେ ଏହା ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏବେ ଏହା ଉତ୍ତର-ପଶିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ବଙ୍ଗଳାଦେଶ ଉପକୂଳରେ କେନ୍ଦ୍ରୀଭୂତ ହୋଇଛି।

ଆଗାମୀ ୬ଘଣ୍ଟାରେ ଆହୁରି ଦୁର୍ବଳ ହୋଇ ଗୋଟିଏ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି। ପ୍ରଭାବରେ ଉପକୂଳ ତଥା ତତ୍‌ ସଲଗ୍ନ ଜିଲ୍ଲା ଗୁଡିକରେ ପାଗ ମେଘୁଆ ରହିବ। ଆଜି ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି।

ଆଜିଠୁ ରାଜ୍ୟରେ ସୁଧୁରିବ ପାଗ। କମିବ ରାତି ତାପମାତ୍ରା। ୩ରୁ ୪ଡିଗ୍ରୀ ଯାଏଁ ତଳକୁ ଖସିବ ପାରଦ। ପୁଣି ସ୍ୱାଭାବିକ ହେବ ଶୀତ। ଆସନ୍ତାକାଲିଠୁ ପାଗ ମୁଖ୍ୟତଃ ଶୁଖିଲା ରହିବ। ଗତ ୨୪ ଘଣ୍ଟାରେ ପାରାଦୀପରେ ୨୦୧ ମିଲିମିଟର ଓ ଏରସମାରେ ୧୮୮ ମିଲିମିଟର ବର୍ଷା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.