Below header

ଦୂର୍ଗାପୂଜା ମାମଲାରେ ଆଜି ହେବ ଶୁଣାଣି, ସତ୍ୟପାଠ ଜରିଆରେ ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ

କଟକ: ଦୂର୍ଗାପୂଜା ମାମଲାରେ ଆଜି ହେବ ଶୁଣାଣି । ଏହା ପୂର୍ବରୁ ଶାରଦୀୟ ପୂଜାକୁ ନେଇ ସତ୍ୟପାଠ ଜରିଆରେ ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ସମସ୍ତ ପୂଜା କମିଟି ଦୁର୍ଗାପୂଜାରେ ୪ ଫୁଟର ମୂର୍ତ୍ତି ନିର୍ମାଣ କରିବେ ବୋଲି ଗତ ୧୭ ତାରିଖରେ କମିଶନରେଟ ପୋଲିସ ନିିର୍ଦ୍ଦେଶନାମା ଜାରି କରିଥିଲା । ଏହାକୁ ଚାଲେଂଜ କରି ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଦାୟର ହୋଇଥିଲା ରିଟ୍‌ ପିଟିସନ ।

ହାଇକୋର୍ଟର ମୁଖ୍ୟ ବିଚାରପତି ମାମଲାର ଶୁଣାଣି କରି ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂଜାକୁ ନେଇ ପୂର୍ବରୁ ଥିବା ମାମଲା ଗୁଡିକରେ ହାଇକୋର୍ଟ ଅନ୍ତ ଘଟାଇଥିବାବେଳେ ବାଲୁବଜାର ପୂଜା କମିଟି ପକ୍ଷରୁ ପୁଣି ତିନୋଟି ମାମଲା ରୁଜୁ କରାଯାଇଛି । କଟକ ସହରର ଶାରଦୀୟ ପୂଜା ହଜାର ହଜାର ବର୍ଷ ଧରି ହୋଇ ଆସୁଥିବାବେଳେ ଚଳିତ ବର୍ଷର ପୂଜାରେ ସେଭଳି ଆକର୍ଷଣ ରହି ନପାରେ । ଆସନ୍ତା ୨୨ ତାରିଖରୁ କଟକ ସହରରେ ପୂଜା ହେବାର ଥିବାବେଳେ ବର୍ତ୍ତମାନ ସୁଦ୍ଧା ଅଧିକାଂଶ ମଣ୍ଡପରେ ଦେବୀ ମୂର୍ତ୍ତି ପାଇଁ ନଡାବନ୍ଧା ବି ହୋଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.