ବହୁ ଚର୍ଚ୍ଚିତ ବାବ୍ରି ମସଜିଦ ଭଙ୍ଗା ମାମଲା, ଆଜି ଲକ୍ଷ୍ନୌର ସ୍ୱତନ୍ତ୍ର ସିବିଆଇ କୋର୍ଟ ଶୁଣାଇବେ ଚୂଡ଼ାନ୍ତ ରାୟ

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ବାବ୍ରି ମସଜିଦ ଭଙ୍ଗା ମାମଲାର ଆଜି ଆସିବ ରାୟ । ଲକ୍ଷ୍ନୌର ସ୍ୱତନ୍ତ୍ର ସିବିଆଇ କୋର୍ଟ ଚୂଡ଼ାନ୍ତ ରାୟ ଶୁଣାଇବେ । ଏହି ମାମଲାରେ ୪୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏମାନଙ୍କ ମଧ୍ୟରୁ ୧୭ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଛି । ବର୍ତ୍ତମାନ ଏହି ମାମଲାରେ ମୋଟ୍‌ ୩୨ ଜଣ ଅଭିଯୁକ୍ତ ଅଛନ୍ତି । ସେପ୍ଟେମ୍ବର ୩୦ ସୁଦ୍ଧା ରାୟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ।

ଜଷ୍ଟିସ ଆର୍‌. ଏଫ୍‌ ନରିମାନ ଲକ୍ଷ୍ମୌର ସ୍ୱତନ୍ତ୍ର କୋର୍ଟର ଜଜ୍‌ ସୁରେନ୍ଦ୍ର କୁମାର ଯାଦବଙ୍କୁ ଏହି ନିର୍ଦ୍ଦେଶ ହୋଇଥିଲା । ଏହି ଘଟଣାରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀଙ୍କ, ବିନୟ କଟିୟାର, ସ୍ୱାଧୀ ରିତମ୍ବରା ଭଳି ହେଭିେଓ୍ଵଟ ଅଭିଯୁକ୍ତ ଅଛନ୍ତି । ଏମାନଙ୍କ ନିର୍ଦ୍ଦେଶରେ ହିଁ ୧୯୯୨ ମସିହା ଡିସେମ୍ବର ୬ରେ କର ସେବକମାନେ ବାବ୍ରି ମସଜିଦକୁ ଭାଙ୍ଗିଥିଲେ ବୋଲି ଅଭିଯୋଗ ହୋଇଛି । ଏମାନଙ୍କ ବ୍ୟତୀତ ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ, ରାମଚନ୍ଦ୍ର ଖତ୍ରୀ, ପ୍ରକାଶ ଶର୍ମା ପ୍ରମୁଖ ଅଭିଯୁକ୍ତ ରହିଛନ୍ତି ।

କରୋନା ମହାମାରୀ ଭିତରେ ଗତ ଦୁଇ ତିନି ମାସ ହେଲା ଏହି ଅଭିଯୁକ୍ତ ମାନଙ୍କର ଭର୍ଚ୍ଚୁଆଲ ସାକ୍ଷାଗ୍ରହଣ ହୋଇସାରିଛି । ଅନ୍ୟ କିଛି ନେତାଙ୍କ ସାକ୍ଷ୍ୟ ଗ୍ରହଣ ମଧ୍ୟ ବାକି ରହିଛି । ଆଜି ସିବିଆଇ କୋର୍ଟର ସ୍ୱତନ୍ତ୍ର ବିଚାରପତି ଏସ.କେ ଯାଦବ ହିଁ ରାୟ ଶୁଣାଇବେ । ସେପ୍ଟେମ୍ବର ୧୬ରେ ଏସ. କେ ଯାଦବ ସମସ୍ତ ୩୨ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ମାମଲାର ଚୂଡ଼ାନ୍ତ ଶୁଣାଣି ସେପ୍ଟେମ୍ବର ୧ରେ ଶେଷ ହୋଇଥିଲା । କୋର୍ଟ ସମସ୍ତ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରିସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.